ଚାଇନାରେ ଓମିକ୍ରନର ଦୁଇ ସବ୍‌-ଭାରିଆଣ୍ଟ ନେଇ ହାହାକାର…

ବେଜିଂ,୧୧।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କଂଗ୍ରେସ ବୈଠକ ପୂର୍ବରୁ ପୁଣି ଥରେ କରୋନାଙ୍କର ଏକ ନୂଆ ଭାରିଆଣ୍ଟ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ଓମିକ୍ରନର ଦୁଇଟି ନୂତନ ସବ୍‌-ଭାରିଆଣ୍ଟ ଚିହ୍ନଟ ହୋଇଛି। ସେଗୁଡିକୁ ବିଏଫ୍‌.୭ ଏବଂ ବିଏ.୫.୧.୭ ନାମକରଣ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଉଭୟ ସବ୍‌-ଭାରିଆଣ୍ଟ ଅତ୍ୟଧିକ ସଂକ୍ରାମକ ଏବଂ ବିଏଫ୍‌.୭ ସବ୍‌-ଭାରିଆଣ୍ଟ ସୋମବାର ଚାଇନାର ଅନେକ ପ୍ରଦେଶରେ ବ୍ୟାପି ଥିବା ନେଇ ସୋମବାର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସ୍ଥାନୀୟ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଲି ଶୁଜିଆନ କହିଛନ୍ତି ଯେ ଉତ୍ତର-ପଶ୍ଚିମ ଚାଇନାରେ ବିଏଫ.୭ ସବ୍‌-ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଛି। ଏହା ସହିତ କେତେକବିଏ.୫.୧.୭ ସବ୍‌-ଭାରିଆଣ୍ଟ ମଧ୍ୟ ମିଳିଛି । ଉତ୍ତର ଚାଇନାର ଶେଣ୍ଡୋଙ୍ଗ ପ୍ରଦେଶର ଅଧିକାରୀମାନେ କହିଛନ୍ତି ଯେ ଅକ୍ଟୋବର ୪ ରେ ବିଏଫ୍‌.୭ ସବ୍‌-ଭାରିଆଣ୍ଟ ଚିହ୍ନଟ ହୋଇଥିଲା।

Share