ବେଜିଂ,୧୫।୧୨: ଚାଇନାର ବେଜିଂରେ ଥଣ୍ଡା ପାଗ ଯୋଗୁ ମେଟ୍ରୋ ଲାଇନ୍ରେ ଦୁଇଟି ସବ୍ଓ୍ବେ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ହାଡ଼ ଭାଙ୍ଗି ଯାଇଥିବା ନେଇ ସହରର ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରିପୋର୍ଟ ମୁତାବକ, ଶୁକ୍ରବାର ସନ୍ଧ୍ୟା ୭ଟାରେ ଏହି ଦୁର୍ଘଟଣା ଘଟିଥିଲା। ଚାଇନା ରାଜଧାନୀର ଉତ୍ତର-ପଶ୍ଚିମ ଯାଏ ବ୍ୟାପିଥିବା ଚାଙ୍ଗପିଙ୍ଗ୍ ସବ୍ଓ୍ବେ ଲାଇନ୍ରେ ଏହି ଦୁର୍ଘଟଣା ଘଟିଥିଲା। ଏବେ ବେଜିଂ ପ୍ରଶାସନ ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରାରମ୍ଭିକ ଭାବେ ପାଣିପାଗ ଯୋଗୁ ସିଗ୍ନାଲ ଏବଂ ଏମରଜେନ୍ସି ବ୍ରେକ୍ ସମ୍ବନ୍ଧିତ ଅସୁବିଧା କରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।