Categories: ଜାତୀୟ

ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ଧରାପଡିଲେ ଦୁଇ ଆତଙ୍କବାଦୀ

ନୂଆଦିଲ୍ଲୀ,୧୭ ।୧୧: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀମାନେ କରୁଥିବା ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଜମ୍ମୁ-କଶ୍ମୀରରେ ରହୁଥିବା ଓ ଜୈଡ-ଇ-ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଥିବା ୨ ଆତଙ୍କବାଦୀଙ୍କୁ ଦିଲ୍ଲୀ ସ୍ପେଶାଲ ସେଲ୍ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୧୦ଟି ଜୀବନ୍ତ କ୍ୟାଟ୍ରିଜ ସହ ୨ଟି ଅଟୋମେଟିକ ପିସ୍ତଲ ଜବତ କରାଯାଇଛି । କୁହାଯାଉଛି କି ଏମାନେ ଦିଲ୍ଲୀରେ ଏକ ବଡ ଧରଣର ଆକ୍ରମଣ ଯୋଜନାରେ ଥଲେ । ପୋଲିସର ସୂଚନା ଅନୁଯାୟୀ, ଏମାନେ ରାଜଧାନୀ ଦିଲ୍ଲୀରେ ବିସ୍ଫାରଣ ଯୋଜନା କରୁଥିଲେ । ଏମାନଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଜାଲ ବିଛା ଯାଇଥିଲା । ସୋମବାର ରାତି ପ୍ରାୟ ୧୦ଟା ୧୫ରେ ମିଲେନିୟମ ପାର୍କ ନିକଟରୁ ଏହି ୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ଏମାନେ ଜମ୍ମୁ-କଶ୍ମୀର ବାରମୁଳା ଜିଲା ସୋପେର ଅଞ୍ଚଳର ବୋଲି ପୋଲିସ କହିଛି । ଏମାନଙ୍କ ଟାର୍ଗେଟରେ ବହୁ ଭିଆଇପି ଥିବା ଅନୁମାନ କରାଯାଉଛି ।

Share