ବଡବିଲ, ୧୦।୧୦(ସ୍ବ.ପ୍ର): କେନ୍ଦୁଝର ଜିଲା ବଡବିଲରେ ହାର୍ଡୱେର ଦୋକାନ ଉପରକୁ ବୋମା ମାଡ଼ ଘଟଣାର ପର୍ଦ୍ଦାଫାଶ କରିଥିବା ପ୍ରେସମିଟରେ ସୂଚନା ଦେଇଛି ପୋଲିସ। ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଅଢେଇ ଲକ୍ଷ ଟଙ୍କା, ଦୁଇଟି ବନ୍ଧୁକ, ଗୋଟିଏ ଗୁଳି, ୫ଟି ସୁତୁଲି ବୋମା ଏବଂ ଗୋଟିଏ ବାଇକ୍କୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଝାଡଖଣ୍ଡ ରାଜ୍ୟ ଖରସୁଆଁ ଅଞ୍ଚଳର ଏମ୍ଡି ହୁସେନ ଓ ଗୁଡୁ। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବଡବିଲ ଏସ୍ଡିପିଓ ହିମାଂଶୁ ଭୂଷଣ ବେହେରା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ୩ ତାରିଖରେ ଉକ୍ତ ହାର୍ଡୱେର ଷ୍ଟୋର ଉପରକୁ ବୋମା ମାଡ କରି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୃତ୍ତ। ପୋଲିସ ଏନେଇ ଏକ ମାମଲା (ନଂ ୧୬୯/୨୦୨୧) ରୁଜୁ କରି ତଦନ୍ତ ଜାରି ରଖିଥିଲା।