ଓଡ଼ିଶାରୁ ଦୁଇଜଣ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାରୁ ଦୁଇଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବୌଦ୍ଧ ଜିଲାର ହାଡ଼ଭଙ୍ଗା ଅନ୍ତର୍ଗତ ସରସରାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସାହୁ ଓ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଶିକ୍ଷକ ତାପସ କୁମାର ମହାନ୍ତି। ଶିକ୍ଷା ମନ୍ତ୍ରଣାଳୟର ଏକ ସ୍ବାଧୀନ କମିଟି ବିଭିନ୍ନ ରାଜ୍ୟରୁ ମୋଟ ୧୫୩ଜଣ ଶିକ୍ଷକଙ୍କୁ ଶର୍ଟଲିଷ୍ଟେଡ୍‌ କରିଥିବାବେଳେ ୪୭ଜଣ ଶିକ୍ଷକ ୨୦୨୦ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ମନୋନୀତ ୨ଜଣ ଶିକ୍ଷକ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

Share