ପୁଞ୍ଚ,୬।୧୨: ପାକିସ୍ତାନ ଅଧିକୃତ କଶ୍ମରୀ (ପିଓକେ)ର ଦୁଇ ନାବାଳିକା ଭଉଣୀ ଏଲଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପ୍ରବେଶ କରିଛନ୍ତି। ଲାଇନ ଅଫ୍ କଣ୍ଟ୍ରୋଲରେ ନିଯୁକ୍ତ ଭାରତୀୟ ସେନା ଦୁଇ ଅନୁପ୍ରବେଶକାରୀଙ୍କୁ ରବିବାର ସକାଳେ ଠାବ କରିଥିଲା । ତାଙ୍କୁ ପଚରାଉଚରା କରାଯିବା ପରେ ସେମାନେ ଭୁଲ ବଶତଃ ଭାରତ ସୀମାରେ ପ୍ରବେଶ କରିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।
ସେମାନେ ପିଓକେର ତେହସିଲ ଫରଓ୍ବାର୍ଡ କହୁଟା ଆବାସପୁରରେ ରୁହନ୍ତି। ଦୁଇ ଭଉଣୀଙ୍କୁ ୧୭ ବର୍ଷୀୟା ଲାଇବା ଜାବେର ଓ ୧୩ ବର୍ଷୀୟା ସାନା ଜାବେର ଭାବେ ଚିହ୍ନଟ କରାଯାଇଛି। ଦୁହିଁଙ୍କୁ ପାକିସ୍ତାନ ପଠାଇବା ପାଇଁ ଭାରତୀୟ ସେନା ପକ୍ଷରୁ ପ୍ରୟାସ ଚାଲିଥିବା ସେନା ପ୍ରବକ୍ତା କହିଛନ୍ତି।