୨ ଟେଲିକମ୍‌ କର୍ମଚାରୀଙ୍କୁ ପିଟି ହତ୍ୟା

କରାଚୀ,୨୯ା୧୦: ପାକିସ୍ତାନର କରାଚୀସ୍ଥିତ ମଛର କଲୋନିରେ ଶୁକ୍ରବାର ଉତ୍ତ୍ୟକ୍ତ ଲୋକେ ଏକ ଟେଲିକମ୍‌ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପିଟି ମାରିଦେଇଛନ୍ତି। ପୋଲିସ କହିବା ଅନୁଯାୟୀ ଉକ୍ତ କର୍ମଚାରୀଦ୍ୱୟ ସିଗ୍‌ନାଲ ଷ୍ଟ୍ରେଙ୍ଗ୍‌ଥ ଯାଞ୍ଚ ଲାଗି ସେଠାକୁ ଯାଇଥିଲେ। ତେବେ ସେମାନେ ପିଲାଚୋରି ଉଦ୍ୟମ କରୁଥିବା କେତେଜଣ ଗୁଜବ ପ୍ରଚାର କରିଦେଇଥିଲେ। ଗୁଜବରେ ବିଶ୍ୱାସ କରି ସ୍ଥାନୀୟ ଲୋକେ ଟେଲିକମ୍‌ କର୍ମଚାରୀଙ୍କୁ ଧରିନେଇ ନିର୍ଧୁମ୍‌ ପିଟିଥିଲେ। ଗୁରୁତର ଆହତ ୨ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ପୋଲିସ ସ୍କ୍ବାଡ୍‌ ପହଞ୍ଚତ୍ବାରେ ବିଳମ୍ବ ହେବାରୁ ସେମାନଙ୍କୁ ଲୋକଙ୍କ ଆକ୍ରମଣରୁ ରକ୍ଷା କରାଯାଇ ପାରି ନ ଥିଲା।

Share