Categories: ଜାତୀୟ

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର: ଜଣେ ପାକିସ୍ତାନି ସମେତ ଜୈଶର ୨ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୩: ଜମ୍ମୁ-କଶ୍ମୀରର ଗନ୍ଦରବଲ ଅଞ୍ଚଳରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଅପରେଶନର କିଛି ସମୟ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ନିହତ ହୋଇଥିଲେ । ଏହାପରେ ପୋଲିସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛି ।
କଶ୍ମୀର ଆଇଜିପି କହିଛନ୍ତି, ଆମେ ଗତକାଲି ରାତିରେ ୪-୫ ସ୍ଥାନରେ ମିଳିତ ଅପରେଶନ ଆରମ୍ଭ କରିଥିଲୁ । ପୁଲୱାମାରେ ଏପର୍ଯ୍ୟନ୍ତ ଜଣେ ପାକିସ୍ତାନୀ ସମେତ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏପଟେ ଗାନ୍ଦରବଳ ଓ ହନ୍ଦୱାଡାରେ ଲସ୍କରର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହାବ୍ୟତୀତ ଜଣେ ଆତଙ୍କବାଦୀ ଗିରଫ ବି ହୋଇଛନ୍ତି । ତେବେ ହନ୍ଦୱାଡା ଓ ପୁଲୱାମାରେ ସର୍ଚ୍ଚ ଅପରେଶନ ସରିଯାଇଛି ।

Share