Categories: ଜାତୀୟ

ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,୨୪।୧୨-ଜମ୍ମୁ କଶ୍ମୀରର ବାରମୁଲା ଜିଲା ବନିଗାମ ପାଇନ ଅଞ୍ଚଳରେ ଗୁରୁବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଆତଙ୍କୀଙ୍କ ପରିଚୟ ଖୋଜୁଛି। ଆତଙ୍କବାଦୀ ଲୁଚି ଥିବା ଖବରପାଇ ପୋଲିସ ଓ ସୁରକ୍ଷାବଳ ଅପରେଶନ କରିଥିଲେ ବୋଲି କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share