Categories: ଜାତୀୟ

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ମୁଣ୍ଡଗଡ଼ିଛି। ରାଜପୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି। ମୃତ ଆତଙ୍କବାଦୀ ଜୈଶ-ଇ-ମହମ୍ମଦ ସଂଗଠନ ସଦସ୍ୟ ବୋଲି ଅନୁମାନ କରାଯାଉଛି।
ଗତକାଲି ରାତିରେ ପୁଲୱାମାର ରାଜପୁରାର କସବାୟାର ଗ୍ରାମକୁ ଘେରି ରହି ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିବାବେଳେ ଏକ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଅନ୍ୟ ଜଣେ ଆତଙ୍କବାଦୀ ଲୁଚି ରହିଥାଇ ପାରନ୍ତି ବୋଲି ଏକ ଆଶଙ୍କା କରାଯାଉଛିି।

Share