Categories: ଜାତୀୟ

ଶ୍ରୀନଗର ଏନକାଉଣ୍ଟର: ଲସ୍କରର ୨ ଆତଙ୍କବାଦୀ ନିହତ, ଚଳିତ ବର୍ଷ ୧୦୦ ଆତଙ୍କବାଦୀ ସଫା

ଜମ୍ମୁ,୧୪ ।୬: ଶ୍ରୀନଗର ସହରରେ ଲଗାତାର ଦ୍ୱିତିୟ ଦିନ ଅର୍ଥାତ୍ ସୋମବାର ସୁରକ୍ଷାର୍କମୀଙ୍କ ସହ ହୋଇଥିବା ମୁହାଁମୁହିଁରେ ଲସ୍କର-ଏ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଆତଙ୍କବାଦୀ ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ ଜଣେ ପୋଲିସ ମଧ୍ୟ ଆହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହା ପୂର୍ବରୁ ରବିବାର ଶ୍ରୀନଗରରେ ହୋଇଥିବା ସଂଘର୍ଷରେ ଲସ୍କରର ଆତଙ୍କବାଦୀ ଆଦିଲ ପରେବି ନିହତ ହୋଇଥିଲେ । ଶ୍ରୀନଗରରେ ୨ ଦିନରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ସୁରକ୍ଷାକର୍ମୀଙ୍କ ପାଇଁ ବଡ ସଫଳତା ବୋଲି କୁହାଯାଉଛି ।
ପୋଲିସର ସୂଚନା ଅନୁଯାୟୀ, ବେମିନା ଅଞ୍ଚଳରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେଶନ କରାଯାଇଥିଲା । ଏହି ସମୟରେ ପ୍ରଥମେ ଆତଙ୍କବାଦୀମାନେ ଫାୟରିଂ ଆରମ୍ଭ କରି ଦେଇଥିଲେ । ଏହାର ଜବାବରେ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଏହି ଆତଙ୍କବାଦୀଙ୍କ ଗ୍ରୁପ ସୋପେର ସଂଘର୍ଷରେ ଖସି ଯିବାରେ ସଫଳ ହୋଇଥିଲେ । ପୋଲିସ ଲଗାତାର ଏମାନଙ୍କୁ ଟ୍ରାକ କରୁଥିଲା ।

Share