Categories: ଜାତୀୟ

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୧।୭ : ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୋରାରେ ମିଳିତ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଚାଲିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଏହି ଏନକାଉଣ୍ଟରରେ ଜୈଶ-ଇ-ମହମ୍ମଦଙ୍କ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରାଯାଇଥିଲା।

କେସର କୋକାରେ କିଛି ଆତଙ୍କବାଦୀ ଲୁଚିଥିବା ଖqବରପkାgିମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ୨୦୧୮ ଠାରୁ କୋକା ଉପତ୍ୟକାରେ ସକ୍ରିୟ ଅଛି। ଉପତ୍ୟକାର ଯୁବକମାନଙ୍କୁ ବିଭ୍ରାନ୍ତ କରି ପ୍ରଲୋଭନ ଦେଖାଇ ଆତଙ୍କବାଦରେ ଲିପ୍ତ କରାଯାଉଛି। ପୋଲିସ, ଆର୍ମି ଏବଂ ସିଆର୍ପିଏଫ୍‌ର ମିଳିତ ବାହିନୀଙ୍କ ଦ୍ୱାରା ଏହି ଅପରେଶନ ଜାରି ରହିଛି।

Share