Categories: ଜାତୀୟ

ପୁଞ୍ଚ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୩।୧୨- ଭାରତୀୟ ସୁରକ୍ଷାକର୍ମୀଙ୍କୁ ରବିବାର ମିଳିଛି ଏକ ବଡ଼ ସଫଳତା। ସୁରକ୍ଷାକର୍ମୀ ଓ ପୋଲିସର ମିଳିତ ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ। ଏହି ଆତଙ୍କବାଦୀମାନେ ପଞ୍ଚାଲ ଅଞ୍ଚଳ ଦେଇ ପୁଞ୍ଚ ସେକ୍ଟରରେ ପ୍ରବେଶ କରିଥିଲେ। ଘଟଣା ସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି। ମୃତ ୩ ଆତଙ୍କବାଦୀ ଦକ୍ଷିଣ କଶ୍ମୀର ଯିବାକୁ ଯୋଜନାରେ ଥିଲେ। ଏମାନଙ୍କ ଠାରୁ ଜବତ ହୋଇଛି ବିପୁଳ ମାତ୍ରରେ ଅସ୍ତ୍ରଶସ୍ତ୍ର ଓ ଗୁଳି। ଆତଙ୍କବାଦୀ ନିହତ ହୋଇଥିବା ସ୍ପଷ୍ଟ କରିଛନ୍ତି ଜମ୍ମୁ ଆଇଜି ମୁକେଶ ସିଂ।

ମୁଗଲ ରୋଡ ଓ ଡୋଗରା ଅଞ୍ଚଳରେ ସନ୍ଦୀଗ୍ଧ ଗତିବିଧି ସମ୍ପର୍କରେ ଖବର ପାଇଥିଲା ସ୍ଥାନୀୟ ପୋଲିସ। ଜଣେ ସ୍ଥାନୀୟ ଯୁବକ ୯ ତାରିଖରୁ ନିଖୋଜ ଥିବା ନେଇ ପରିବାର ତରଫରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ସେ ଏହି ଅଞ୍ଚଳକୁ ହିଁ ଯାଇଥିଲେ, ଆଉ ଫେରି ନ ଥିଲେ। ଏହାକୁ ଧ୍ୟାନରେ ରଖି ପୋଲିସ ଆରମ୍ଭ କରିଥିଲା ସର୍ଚ୍ଚ ଅପରେଶନ। ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲା ଭାରତୀୟ ସେନା।

Share