ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ଅଫିସ,୩ା୫: ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ବୁଧବାର ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମୁଦ୍ରର ୧୩ ନମ୍ବର ଜୋନ୍‌ ଅଞ୍ଚଳରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ଯୁବକଙ୍କୁ ଅଗ୍ନିଶମ ଓ ଲାଇଫ ଗାର୍ଡ ଟିମ୍‌ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପର୍ଯ୍ୟଟକମାନେ ପଶ୍ଚିମବଙ୍ଗ ହାଓ୍ବଡା ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି।

 

Share