ଆଜି ଦୁଇ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣା ପରେ ମରାମତି କାର୍ଯ୍ୟ ଚାଲିଥିବାରୁ ସୋମବାର ପୁଣି ଦୁଇଟି ଟ୍ରେନ୍‌ ବାତିଲ କରାଯାଇଛି। ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସକୁ ରେଳବାଇ ପକ୍ଷରୁ ବାତିଲ କରାଯାଇଛି।

ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ ଦୀର୍ଘଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ରବିବାର ରାତିରୁ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ବୁଧବାର ସୁଦ୍ଧା ଏହି ରୁଟ୍‌ରେ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ କୁହାଯାଇଛି।

Share