ଦୁଇ ଟ୍ରେନ ଧକ୍କ, ୫୭ ଆହତ…

ମେକ୍ସିକୋ ସିଟି,୮।୧ : ମକ୍ସିକୋ ସିଟିରେ ମେଟ୍ରୋ ଲାଇନ ୩ ରେ ଦୁଇଟି ଟ୍ରେନ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ମେକ୍ସିକୋ ସିଟି କ୍ଲାଉଡିଆ ଶେନବାଉମ ସରକାରଙ୍କ ସୂତ୍ରରୁ ଏଲ ୟୁନିଭର୍ସାଲ ଏହି ସୂଚନା ଦେଇଛି।

ମେଟ୍ରୋ ଟ୍ରେନ ମଧ୍ୟରେ ଦୁର୍ଘଟଣା ଲା ରଜା ଏବଂ ପୋଟ୍ରେରୋ ଷ୍ଟେଶନ ମଧ୍ୟରେ ଘଟିଥିଲା। ମେକ୍ସିକୋ ଭିତ୍ତିକ ଖବରକାଗଜ ଏଲ ୟୁନିଭର୍ସାଲ ଅନୁଯାୟୀ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ତଥା ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ଯୁବତୀଙ୍କ ପରିବାରଙ୍କ ପ୍ରତି ସହ କ୍ଲାଉଡିଆ ଶେନବାଉମ ସମବେଦନା ଜ୍ଞାପନ କରିଛନ୍ତି।

ଶେନବାଉମଙ୍କ କହିବାନୁସାରେ, ଆହତମାନଙ୍କ ମଧ୍ୟରେ ଟ୍ରେନର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ଏଲ ୟୁନିଭର୍ସାଲ ରିପୋର୍ଟ ଅନୁଯାୟୀ ଟ୍ରେନରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସରକାରଙ୍କ ସଚିବ, ସିଭିଲ ଡିଫେନ୍ସ, ବିସ୍ତୃତ ବିପଦ ପରିଚାଳନା ଏବଂ ମେଟ୍ରୋ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଟୁଇଟ କରି କହିଛନ୍ତି, ମେକ୍ସିକୋ ସିଟି ମେଟ୍ରୋରେ ଘଟିଥିବା ଦୁର୍ଘଟଣା ପାଇଁ ମୁଁ ଦୁଃଖିତ। ଦୁର୍ଭାଗ୍ୟବଶତଃ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ମୋର ସମବେଦନା ଏବଂ ଏକତା। ଅନ୍ୟ ଏକ ଟୁଇଟରେ ଓବ୍ରାଡୋର କହିଛନ୍ତି: ଆରମ୍ଭରୁ ମେକ୍ସିକୋ ସିଟିର ସରକାରୀ କର୍ମଚାରୀମାନେ ରିଲିଫ କାର୍ଯ୍ୟରେ ଭାଗ ନେଇଛନ୍ତି, ଯାହାର ଆମର ସମ୍ପୂର୍ଣ୍ଣ ସମର୍ଥନ ରହିଛି।

Share