Categories: ଜାତୀୟ

ଗୋହତ୍ୟା ଅଭିଯୋଗରେ ୨ ଆଦିବାସୀଙ୍କୁ ପିଟି ମାରିଦେଲେ

ଭୋପାଳ,୪ା୫: ମଧ୍ୟପ୍ରଦେଶର ସିଓନି ଜିଲାରେ ଗୋହତ୍ୟା ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ଆଦିବାସୀ ସମ୍ପ୍ରଦାୟର ୨ ଜଣଙ୍କୁ ପିଟି ମାରିଦେଇଛନ୍ତି। ସେମାନଙ୍କ ଆକ୍ରମଣରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଭିଡ଼ହିଂସାରେ ପ୍ରାୟ ୨୦ ଜଣ ସାମିଲ ଥିଲେ ବୋଲି ପୋଲିସ କହିଛି। ସେମାନେ ସମ୍ପୃକ୍ତ ଆଦିବାସୀଙ୍କ ଘରକୁ ଯାଇ ଗାଈ ହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିବା ସହ ମାଡ଼ ମାରିଥିଲେ। ସେମାନଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା। ଭିଡ଼ହିଂସା ପ୍ରତିବାଦରେ ଜବଲପୁର-ନାଗପୁର ଜାତୀୟ ରାଜପଥ ଅବରୋଧ କରାଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କଂଗ୍ରେସ ବିଧାୟକ ଅର୍ଜୁନ ସିଂ କକୋଦିଆ ଦାବି କରିଛନ୍ତି। ୬ ଜଣଙ୍କ ନାମରେ ହତ୍ୟା ମାମଲା ଦାଏର ହୋଇଥିବା ପୋଲିସ କହିଛି।

Share