ଚୌଦ୍ୱାର,୨୨।୯(ଡି.ଏନ.ଏ): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ବେଆଇନ ଭାବେ ଛିଡା ହୋଇଥିବା ରଡ ବୋଝେଇ ଟ୍ରଲର ପଛରେ ପିଟି ହେଲା ସିମେଣ୍ଟ ବୋଝେଇ ଟ୍ରକ। ଘଟଣାସ୍ଥଳରେ ଚାପିହୋଇ ହେଲପରଙ୍କ ମୃତ୍ୟୁ ଘଟିଛି। ଟ୍ରକ ଚାଳକ ଏବଂ ଆଉ ଜଣେ ହେଲପର ଆହତ ହୋଇଛନ୍ତି। ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ରଡ କାଟି ଦୁଇଜଣଙ୍କୁ ବାହାର କରିଛନ୍ତି। ଦୁଇଜଣ ହେଲପର ଏବଂ ଡ୍ରାଇଭର ନୟାଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ଟାଙ୍ଗି ପୋଲିସ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା ପଠାଇବା ସହିତ ଘଟଣାର ତଦନ୍ତ କରୁଛି।