ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା

ପଟ୍ଟାଙ୍ଗି ,୨୧।୭(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟ ଯଥା ଛତିଶଗଡ଼ ଆନ୍ଧ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଉଗୁଣ୍ଠା ଘାଟିରେ ଦୁଇଟି ଟ୍ରକ ଅଟକି ଘାଟି ଯାମ ହୋଇଛି। ତେବେ ଘଟଣାସ୍ଥଳେ ପୋଲିସ ପହଞ୍ଚି ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ କରିବା ନିମନ୍ତେ ଆରମ୍ଭ କରିଛି ଉଦ୍ୟମ ।

ସୂଚନା ମୁତାବକ, ଓଡ଼ିଶାର କୋରାପୁଟରୁ ପଡୋଶୀ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ ନଂ AP39VF7549 ଗାଡ଼ିଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉକ୍ତ
ରାଜପଥ ଉପରେ ଅଟକି ରହିଥିବାବେଳେ ଅନ୍ୟ ଏକ ଟ୍ରକ ଯଥା ଆନ୍ଧ୍ର ରାଜ୍ୟରୁ କୋରାପୁଟ ଅଭିମୁଖେ ଆସୁଥିବା ଟ୍ରକ ନଂ AP26 TT 9018 ଗାଡ଼ିଟି ଅଟକି ରହିଥିବା ଉପରୋକ୍ତ ଟ୍ରକଟିର ପାର୍ଶ ଦେଇ ଆସିବାକୁ ଉଦ୍ୟମ କରୁଥିବାବେଳେ ଟ୍ରକଟି କାଦୁଅ ରାସ୍ତାରେ ଅଟକି ଯାଇଥିଲା । ଯାହାକି ଟ୍ରକ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତି ଯାଇଥିଲା । ଅନ୍ୟପକ୍ଷରେ ରାଜପଥର ଉକ୍ତ ଘାଟି ରାସ୍ତାରେ ରାତି ୪ଟା ସମୟରେ ଏହିପରି ଘଟଣା ଘଟି
ଥିବାବେଳେ ପୋଲିସ ସେହି ବିଳମ୍ବିତ ରାତିରେ ଖବର ପାଇ ଥାନାଧିକାରୀ ଚତୁର୍ଭୁଜ ନାୟକ, ଏ ଏସ ଆଇ ମାଧବ ତାଡିଙ୍ଗିଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରି ସକାଳ ୬ଟାରୁ ଏକ ଜେସିପି ମେସିନ ଗାଡ଼ି ଡକାଇ କାଦୁଅ ରାସ୍ତାରେ ଅଟକି ରହିଥିବା ଗାଡ଼ିକୁ ହଟାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ସେପଟେ ଉଭୟ ଦୁଇ ରାଜ୍ୟକୁ ଯାତାୟାତ କରୁଥିବା ସମସ୍ତ ଯାତ୍ରୀବାହୀ ବସଗୁଡିକକୁ ପୋଲିସ କୁନ୍ଦୁଲି ସାପ୍ତାହିକ ହାଟରୁ ରେଙ୍ଗା ଗ୍ରାମ ଦେଇ ପୁକାଲି ହୋଇ ରାଲେଗଡା ରାଜୁଗୁଡା ଛକରେ ବାହାରିବା ପାଇଁ ସୁବିଧା କରାଇଥିବାବେଳେ ଅନୁରୂପ କୋରାପୁଟ ଅଭିମୁଖେ ଆସୁଥିବା ସମସ୍ତ ବସ ଗୁଡିକକୁ ସେହି ରାଜୁଗୁଡା ହୋଇ କୁନ୍ଦୁଲି ସାପ୍ତାହିକ ହାଟକୁ ବାହାରିବା ପାଇଁ ଛକ ମାନଙ୍କରେ ଥାନାଧିକାରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କର୍ମଚାରୀ ମୁତୟନ ହୋଇ ସହଯୋଗ କରୁଛନ୍ତି । ଏଠାରେ ସୂଚନା ଥାଉ କି , ଉକ୍ତ ଘାଟିରେ ଦୀର୍ଘ ୫ ଘଣ୍ଟା ହେଲା ଘାଟି ଜାମ ହୋଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri