Categories: ଜାତୀୟ

୨୮ କୋଟିର କୋକେନ୍‌ ଚୋରା ଚାଲାଣ: ୨ ମହିଳା ଗିରଫ

ନୂଆଦିଲ୍ଲୀ,୨୮।୫: ଉଗାଣ୍ଡାର ଦୁଇ ମହିଳା ୨୮ କୋଟି ଟଙ୍କାର କୋକେନ୍‌ ଚୋରା ଚାଲାଣ କରୁଥିବାବେଳେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇଛି। ଦୁଇ ମହିଳା କୋକେନ୍‌ କ୍ୟାପ୍‌ସୁଲଗୁଡ଼ିକୁ ଗିଳି ଦେଇଥିବାବେଳେ ସେମାନଙ୍କ ପାକସ୍ଥଳୀରେ ଏହି କୋକେନ ଥିବା ପୋଲିସ କହିଛି। ଜବତ କୋକେନର ପରିମାଣ ଦୁଇ କିଲୋଗ୍ରାମ୍‌ ହୋଇଥିବାବେଳେ ମହିଳାଙ୍କଠାରୁ ୧୮୧ଟି କ୍ୟାପ୍‌ସୁଲ ମିଳିଛି। ଗୁରୁବାର ବିମାନ ବନ୍ଦରରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ପେଟରେ ୮୧ଟି କୋକେନ୍‌ କ୍ୟାପ୍‌ସୁଲ ଥିବା ସେ କହିଥିଲେ, ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ପେଟରୁ କ୍ୟାପ୍‌ସୁଲ ଗୁଡିକ କଢ଼ାଯାଇଥିଲା। ଜବତ କୋକେନର ପରିମାଣ ୦.୮୯୧ କେ.ଜି. ହୋଇଥିବାବେଳେ ଏହାର ବଜାର ମୂଲ୍ୟ ୧୩.୬ କୋଟି ଟଙ୍କା ହୋଇଥିବା ପୋଲିସ କହିଛି।

Share