ଦୁଇ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ: ଜାଣନ୍ତୁ କେଉଁଠି କିଏ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ଦୁଇ ବିଶ୍ୱବିଦ୍ୟାଳୟର କୁଳପତି ସୋମବାର ନିଯୁକ୍ତ ହୋଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ପ୍ର. ଉମାବଲ୍ଲଭ ମହାପାତ୍ରଙ୍କୁ କୁଳପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ ପ୍ର. ସଞ୍ଜୟ ଶତପଥୀଙ୍କୁ ଭାବେ ଚୟନ କରାଯାଇଛି । ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Share