ଡଲାସରେ ଦୁଇଟି ପୁରୁଣା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଡଲାସ,୧୩ ।୧୧: ଆମେରିକାର ଟେକ୍ସାସ ଅଞ୍ଚଳରେ ଦୁଇଟି ପୁରୁଣା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଟେକ୍ସାସର ଡଲାସ ସହରରେ ଏକ ଏୟାର ଶୋ’ ସମୟରେ ହୋଇଛି । ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ବିମାନରେ କେତେ ଲୋକ ଥିଲେ ଓ କେହି ହତାହତ ହୋଇଛନ୍ତି ନା ନାହିଁ ।
ବିମାନ ଦୁଇଟି ଆକାଶମାର୍ଗରେ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏୟାର ଶୋ’ ଦେଖିବାକୁ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଲୋକେ ପାଟି କରିବା ଆରମ୍ଭ କରିଦେଇଥିଲେ । ହେଲେ ସୂଚନା ନାଇଁ ଆପାତକାଳିନ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଦେଇଥିଲେ । ଫେଡେରାଲ ଆଭିଏଶନ ଅଡେମିନିଷ୍ଟ୍ରେଶନ ଏକ ବୟାନରେ କହିଛି ବୋଇଂ ବି-୧୭ଫ୍ଲାଇଂ ଫୋଟ୍ରେସ ଓ ଏକ ବେଲ ପି-୬୩ କିଙ୍ଗକୋବରା ଦିନ ପ୍ରାୟ ୧ଟା ୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲ । ଏହାର ଶୋ’ ଚାଲିଥିବା ସମୟରେ ଏହା ଘଟିଥିଲା ।
ବି-୧୭ ଏବ ବିଶାଳ ୪ ଇଞ୍ଜିନ ବିଶିଷ୍ଟ ବୋମା ବର୍ଷକ ବିମା । ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ବାୟୁସେନା ବ୍ୟବହାର କରିଥିଲ । ଏପଟେ କିଙ୍ଗକୋବରା ଏକ ଆମେରିକୀ ଯୁଦ୍ଧ ବିମାନ । ଏହାକୁ ଯୁଦ୍ଧ ସମୟରେ ଅନେକଥର ସୋଭିଏତ ସେନାଙ୍କ ବିରୋଧରେ ବ୍ୟବହାର କରାଯାଇଥିଲା । ବୋଇଂ କମ୍ପାନୀ ଅନୁଯାୟୀ, ଅଧିକାଂଶ ବି-୧୭ ବିମାନକୁ ଯୁଦ୍ଧ ଶେଷ ହେବାପରେ ନଷ୍ଟ କରି ଦିଆଯାଇଥିଲା ଆଉ ଏବେ ରହିଥିବା କିଛି ବିମାନ ଏୟାର ଶୋ’ରେ ପ୍ରଦର୍ଶିତ ହୋଇଥିଲା ।

Share