Categories: ଜାତୀୟ

କରୋନାରେ ମା’ଙ୍କ ପରେ ଭଉଣୀଙ୍କୁ ହରାଇଲେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୬ା୫ : କୋଭିଡ୍‌-୧୯ ମହାମାରୀରେ ଦୁଇ ସପ୍ତାହ ତଳେ ମା’ଙ୍କୁ ହରାଇଥିବା ଭାରତୀୟ ମହିଳା କ୍ରିକେଟର ବେଦ କ୍ରିଷ୍ଣମୂର୍ତ୍ତୀ ବୁଧବାର ରାତିରେ ହରାଇଛନ୍ତି ଭଉଣୀଙ୍କୁ। ଚିକାମାଗାଲୁରୁସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ୪୫ ବର୍ଷୀୟା ଭାତ୍‌ସାଲା ଶିବକୁମାରଙ୍କ ମୃତ୍ୟୁ ଘଟିଛି।

ସୋସିଆଲ ମିଡିଆ ଜରିଆରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବା ଅଲରାଉଣ୍ଡର ଗତ ମାସରେ ମା’ଙ୍କୁ ହରାଇଥିଲେ। ଗତ ଏପ୍ରିଲ ୨୪ ତାରିଖରେ ମା’ ଚେଲୁଭାମ୍ବା ଦେବୀଙ୍କ ବିୟୋଗ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଥିଲେ କ୍ରିଷ୍ଣମୂର୍ତ୍ତୀ। ଆଉ ତାଙ୍କ ଭଉଣୀ ମଧ୍ୟ କରୋନାରେ ସଂଘର୍ଷ କରୁଥିବା ଜଣାଇଥିଲେ। କ୍ରିଷ୍ଣମୂର୍ତ୍ତୀ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ୪୮ ଦିନିକିଆ ଓ ୭୬ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Share