୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

ଜୟପୁର, ୩୧।୩ (ନି.ପ୍ର.): ୨ ନାବାଳିକା ବଳାତ୍କାର ମାମଲାର ବିଚାରକରି ଜୟପୁର ଆଡହକ ଅତିରିକ୍ତ ଦୌରା ଜଜ୍‌ ଓ ଫାଷ୍ଟ ଟ୍ରାକ୍‌ ସ୍ପୋଶାଲ କୋର୍ଟ ଜଜ୍‌ ପ୍ରଦୀପ ସାସମଲ ୨ଜଣ ଯୁବକଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଆର୍ଥତ୍କ ଜରିମାନା କରିଛନ୍ତି। କୁନ୍ଦୁରା ବ୍ଲକ ନାରା ଗ୍ରାମର ଅଭିଯୁକ୍ତ ଦିଲୀପ ବାରିକଙ୍କୁ ୨ଟି ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରାଯାଇଛି ା ଏହା ଅର୍ଥ ଅନାଦାୟ ହେଲେ ଅଧିକ ୯ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ କହିିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ସମ୍ପୃକ୍ତା ନାବାଳିକା ପୀଡିତାଙ୍କୁ ୨ ଲକ୍ଷ ଏବଂ ଆଦାୟ ହେବାକୁ ଥିବା ଜରିମାନା ଟଙ୍କା ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀରୁ ଜଣାପଡିଛି, ୮ା୧୨ା୨୦୧୭ରେ ବାପା ଘରେ ନ ଥିବା ସମୟରେ ପୀଡିତାଙ୍କ ସମ୍ପର୍କୀୟ ଦିଲୀପ ବାରିକ ତାଙ୍କୁ କଲେଜରେ ଛାଡିଦେବି କହି ନିଜ ଘରକୁ ନେଇ ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରିଥିଲେ। ଏନେଇ ପରିବାର ଲୋକେ ଜୟପୁର ମହିଳା ଥାନାରେ ଅଭିଯୋଗ କରିଥିଲେ ା ଅଭିଯୋଗକୁ ଭିତ୍ତିକରି ମହିଳା ଥାନା ପୋଲିସ ମାମଲା ରୁଜୁ କରି ଦିଲୀପଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତଙ୍କୁ କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ବୈପାରିଗୁଡା ଥାନା ଅନ୍ତର୍ଗତ ଅନ୍ୟ ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ନିନି ଗୁରୁ ହନ୍ତାଳଙ୍କୁ କୋର୍ଟ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି। ଏଥିସହ ତାଙ୍କୁ ୧୫ ହଜାର ଟଙ୍କା ଆର୍ଥତ୍କ ଜରିମାନା କରିଛନ୍ତି ା ଏହା ଅନାଦାୟ ହେଲେ ଅଧିକ ୯ ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ କହିଛନ୍ତି ା ମାମଲାର ବିବରଣୀରୁ ଜଣାପଡିଛି , ୧୭ା୫ ା୨୦୧୫ରେ ନାବାଳିକା ଘରେ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ । ୨ ଦିନ ପରେ ନାବାଳିକା ଘରକୁ ଫେରି ଅଭିଯୁକ୍ତ ନିନି ଗୁରୁ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ପରିବାର ଲୋକଙ୍କୁ କହିଥିଲେ। ଏନେଇ ପରିବାର ଲୋକେ ବୈପାରିଗୁଡା ଥାନାରେ ଅଭିଯୋଗ କରିଥିଲେ। ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। ଏହି ୨ଟି ମାମଲାକୁ ପବ୍ଲିକ ପ୍ରସିକ୍ୟୁଟର ବି.ଗାୟିତ୍ରୀ ଦେବୀ ପରିଚାଳନା କରୁଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ର ଇଞ୍ଜିନ ରେଳ ଧାରଣାରୁ...

କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ...

କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ

ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା...

ଫଳକରେ ଓଡ଼ିଆ ବନାନ ତ୍ରୁଟି

ସୁନାବେଡ଼ା/ସେମିଳିଗୁଡା,୫ା୪ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହାର ସୁଫଳ ମିଳୁ ନ ଥିବା...

ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ...

୩୪ ଛାତ୍ରୀଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପଟ୍ଟାଙ୍ଗି,୪ା୪(ଶରତ କୁମାର ଧଳ): ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖା ଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କିନ୍ତୁ ଜିଲା ଶିକ୍ଷା...

ଏବେ ବି ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ ନଦୀ

ନନ୍ଦପୁର,୪ା୪(ତୁଷାରକାନ୍ତ ମହାନ୍ତି): ୨୦୨୪ ଏପ୍ରିଲ ୪ରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ଓ ସୁଡୁବ ଘାଟ...

ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ

ଦାମନଯୋଡି,୩ା୪(ମାନସ ରଞ୍ଜନ କର): ଦାମନଯୋଡି ଉପକଣ୍ଠସ୍ଥ ମାଥାଲପୁଟ ଅଞ୍ଚଳରେ ଦଣ୍ଡନାଚ ଚାଲିଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଯାତ୍ରା କଳାକାର ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri