ଗଞ୍ଜାମ,୧୯ା୧(ଡି.ଏନ୍.ଏ.): ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତର ଦୁଇ ମହିଳା ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବଡ଼ କାଇଁଚପୁରର ସରପଞ୍ଚ ପ୍ରାର୍ଥତ୍ନୀ କେ.ପୁନମ ରେଡ୍ଡୀ ଓ ମାଳିଜଗନ୍ନାଥପୁର ଗ୍ରାମର ମଞ୍ଜୁ ମହାପାତ୍ର ସମିତିସଭ୍ୟା ପ୍ରାର୍ଥିନୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉଭୟ ଦୁଇ ନୂଆ ମୁହଁ ପଞ୍ଚାୟତର ସାମୁହିକ ବିକାଶ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି।