Categories: ଜାତୀୟ

୨ ଖବରଦାତାଙ୍କୁ ମିଳିଲା ଜାମିନ

ଅଗରତାଲା, ୧୫।୧୧: ତ୍ରିପୁରା ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ଉତ୍ତେଜନା ସୃଷ୍ଟିକାରୀ ଖବର ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ଗିରଫ ୨ ମହିଳା ଖବରଦାତାଙ୍କୁ ସୋମବାର ତ୍ରିପୁରାର ଏକ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ଏଚ୍‌.ଡବ୍ଲ୍ୟୁ ନ୍ୟୁଜ୍‌ ନେଟଓ୍ବର୍କ ପାଇଁ କାର୍ଯ୍ୟ କରୁଥିବା ଖବରଦାତା ସମୃଦ୍ଧି କେ. ସକୁନିଆ ଏବଂ ସ୍ବର୍ଣ୍ଣ ଝା ତ୍ରିପୁରା ହିଂସା ଖବର ସଂଗ୍ରହ ପାଇଁ ଆସିଥିଲେ। ରବିବାର ସେମାନଙ୍କୁ ଆସାମର କରିମଗଞ୍ଜ ଅନ୍ତର୍ଗତ ନିଲମ ବଜାରରୁ ପୋଲିସ ଗିରଫ କରିଥିଲା। ସେମାନେ ଧର୍ମ ଆଧାରରେ ଉତ୍ତେଜନା ସୃଷ୍ଟିକାରବାର୍ତ୍ତା ପୋଷ୍ଟ କରିଥିବା ଅଭିଯୋଗରେ ବିଶ୍ୱ ହିନ୍ଦୁ ପରିଷଦ ସମର୍ଥକ ତାଙ୍କ ବିରୋଧରେ ଏତଲା ଦାଏର କରିଥିଲେ।

Share