ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ହତ୍ୟା

କାବୁଲ,୧୮ା୧: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀମାନେ ବର୍ବରତାର ସୀମା ଲଂଘିଛନ୍ତି। ରାଜଧାନୀ କାବୁଲରେ ସେମାନେ ରବିବାର ସୁପ୍ରିମକୋର୍ଟର ୨ ଜଣ ମହିଳା ବିଚାରପତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ମହିଳା ବିଚାରପତିଙ୍କ କାର୍‌ ଡ୍ରାଇଭରଙ୍କ ସମେତ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଲିବାନ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବାବେଳେ ଏହା ହେଉଛି ଆତଙ୍କବାଦୀଙ୍କ ପକ୍ଷରୁ ସଦ୍ୟତମ ଘାତକ ଆକ୍ରମଣ। ଏହି ହତ୍ୟାକାଣ୍ଡକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି।
କାତାରରେ ତାଲିବାନ୍‌ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ସତ୍ତ୍ୱେ କାବୁଲରେ ଆତଙ୍କବାଦୀଙ୍କ ସଂହାରଲୀଳା ଜାରି ରହିଛି। ବିଶେଷକରି ହାଇପ୍ରୋଫାଇଲ୍‌ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରି ହତ୍ୟା କରିବାର ଧାରା ବଜାୟ ରହିଥିବାରୁ ରାଜଧାନୀରେ ଆତଙ୍କର ବାତାବରଣ ଖେଳିଯାଇଛି। ଏହି କ୍ରମରେ ୨ ମହିଳା ବିଚାରପତି ରବିବାର ସକାଳେ କୋର୍ଟର ଏକ କାର୍‌ରେ ଅଫିସକୁ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ପୋଲିସ ଡିଷ୍ଟ୍ରିକ୍ଟ ୪ର ତିଆମନି ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀମାନେ ଆସି ସେମାନଙ୍କ କାର୍‌କୁ ଆଖିବୁଜା ଗୁଳିବର୍ଷା କରିଥିଲେ। ଭୟ ଓ ଆତଙ୍କରେ ଯିଏ ଯୁଆଡ଼େ ଧାଇଁବାରେ ଲାଗିଥିଲେ। ଗୁଳିମାଡ଼ରେ ଦୁଇ ମହିଳା ବିଚାରପତି ଟଳିପଡ଼ିଥିବାବେଳେ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୁପ୍ରିମକୋର୍ଟ ମୁଖପାତ୍ର ଅହମ୍ମଦ ଫହିମ କାଓ୍ବିମ୍‌ କହିଛନ୍ତି, ଦେଶର ସର୍ବୋଚ୍ଚ ଅଦାଲତରେ ୨୦୦ରୁ ଊର୍ଦ୍ଧ୍ୱ ମହିଳା ବିଚାରପତି କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏହି ଦୁଇ ମହିଳା ବିଚାରପତି ଅନ୍ୟତମ। କିନ୍ତୁ ସେ ଉଭୟଙ୍କ ନାମ ପ୍ରକାଶ କରିନାହାନ୍ତି। ୨୦୧୭ ଫେବୃୟାରୀରେ
ଆତଙ୍କବାଦୀମାନେ ଆଫଗାନିସ୍ତାନ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଥିଲେ। ଜଣେ ଆତଙ୍କବାଦୀ ଆମତ୍ଘାତୀ ବିସ୍ଫୋରଣ କରିବାରୁ ଅଦାଲତର ୨୦ କର୍ମଚାରୀ ନିହତ ଓ ୪୧ ଆହତ ହୋଇଥିଲେ। ନିକଟରେ ରାଜଧାନୀ କାବୁଲ ସମେତ ଅନ୍ୟ ସହରଗୁଡ଼ିକରେ ସ୍ପଷ୍ଟ ଦିବାଲୋକରେ ରାଜନେତା, ଖବରଦାତା, ଅଧିକାର କର୍ମୀ, ଡାକ୍ତର ଓ ଆଇନଜୀବୀମାନଙ୍କୁ ହତ୍ୟା କରାଯାଇଛି। ସେହିପରି ଗତ ୧୨ ତାରିଖରେ ଆତଙ୍କବାଦୀମାନେ ୨ ମହିଳା ସେନା ଅଧିକାରୀଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ଆଫଗାନ ସରକାର ତାଲିବାନ୍‌କୁ ଦାୟୀ କରିଥିବାବେଳେ ଆତଙ୍କବାଦୀ ସଙ୍ଗଠନ ଏହାକୁ ଖଣ୍ଡନ କରିଛି। ସଦ୍ୟ ଆକ୍ରମଣ ପାଇଁ ମଧ୍ୟ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ଏଥିରେ ତାଲିବାନ୍‌ର ସମ୍ପୃକ୍ତି ନାହିଁ ବୋଲି ଏହାର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି। ପ୍ରକାଶ ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାଇଁ ପେଣ୍ଟାଗନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଥିଲା। ପେଣ୍ଟାଗନର କହିବା ଅନୁସାରେ, ଆଫଗାନିସ୍ତାନରେ ମାତ୍ର ୨,୫୦୦ ଆମେରିକୀୟ ସୈନ୍ୟ ରହିବେ, ଯାହାକି ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ। ଉକ୍ତ ଘୋଷଣାର ମାତ୍ର ୨ ଦିନ ପରେ ଏହି ଆକ୍ରମଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

India-China Relation: ଖୁସି ହେବ ଚାଇନା, ଭାରତ କଲା ଏମିତି କାମ ଯାହା ଚାଇନା କେବେ ଭାବି ନ ଥିବ

ନୂଆଦିଲ୍ଲୀ,୨।୪: ଭାରତର ବନ୍ଧୁତା ଯେତେ ସୁନ୍ଦର, ଏହାର ଶତ୍ରୁତା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଗଲୱାନରେ ଚାଇନା ଏହାକୁ ବୁଝିପାରିଛି। ୨୦୨୦ ମସିହାରେ, ଭାରତ ଗଲୱାନ ଉପତ୍ୟକାରେ...

AIକୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ବାବା ଭେଙ୍ଗା, ଘିବିଲି…

ବାବା ଭେଙ୍ଗା ଅନେକ ଜିନିଷ ଉପରେ ଭବିଷ୍ୟବାଣୀ କରିଛନ୍ତି। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୬ ମସିହାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ...

ଯୁବକବି ସୁନୀଲଙ୍କୁ ‘ସ୍ରୋତସିନୀ ଯୁବ ସାହିତ୍ୟ ସମ୍ମାନ’

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ସ୍ରୋତସିନୀ ସାହିତ୍ୟ ସଂସଦର ଦିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଶଙ୍କର ଭବନ (ବ୍ରହ୍ମପୁର)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ନବରସ କାର୍ଯ୍ୟକ୍ରମ,...

INDIA ମେଣ୍ଟର ବୈଠକରେ କ’ଣ ହେଲା ଯୋଜନା, କେମିତି ସରକାରଙ୍କୁ ବ୍ୟାକଫୁଟକୁ ଆଣିବେ ବିରୋଧୀ, ଏମପି କହିଲେ…

ନୂଆଦିଲ୍ଲୀ,୨।୪: ସାରା ଦେଶରେ ଆଲୋଚନାର ବିଷୟ ଥିବା ୱାକଫ (ସଂଶୋଧନ) ବିଲ ବୁଧବାର (୨ ଏପ୍ରିଲ) ଲୋକ ସଭାରେ ଆଲୋଚନା ଏବଂ ପାସ ପାଇଁ ଉପସ୍ଥାପିତ...

ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର...

+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image