ଦୁଇ ମହିଳା ପୋଲିସ ଅଫିସର ପାଇବେ ମୁଖ୍ୟମନ୍ତ୍ରୀ ପଦକ

ପୁରୁଷୋତ୍ତମପୁର,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଦୁଇ ମହିଳା ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରବା ସହ ପୁରସ୍କାର ପ୍ରଦାନ ନେଇ ମନୋନୀତ କରିଛନ୍ତି। ଦୁଇ ଅଫିସର ହେଲେ ପୁରୁଷୋତ୍ତମପୁର ଥାନାର ପୂର୍ବତନ ଏସ୍‌ଆଇ ତଥା ବର୍ତ୍ତମାନ ଭୂବନେଶ୍ବର କମିଶନରେଟ ପୋଲିସର ମର୍କତନଗର ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିବା ବିୟୁଟି ମହାନ୍ତି ଓ ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରତ ଏସ ଆଇ ତରୁଲତା ବେହେରା। ଉଭୟ ବିଭିନ୍ନ ଅପରାଧିକ ମାମଲାର ସଠିକ ରୂପେ ତଦନ୍ତ କରିବା ସହ ସରକାରଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବରେ ପାଳନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିଥିବା ନେଇ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

Share