ମଧ୍ୟାହ୍ନଭୋଜନ ଚାଉଳ ନେଇ ଯାଉଥିବା ଟ୍ରକ୍‌ ଓଲଟି ୨ ଶ୍ରମିକଙ୍କ ଜୀବନ ଗଲା

କୋଡ଼ିଙ୍ଗା/ନବରଙ୍ଗପୁର,୨୧ା୨: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋଡ଼ିଙ୍ଗା-ଦୁରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ରବିବାର ଏକ ଚାଉଳ ବୋଝେଇ ଟ୍ରକ୍‌ ଓଲଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ବ୍ଲକ ଟିର୍ଲିଆମ୍ବଗୁଡ଼ା ଗ୍ରାମର ନବ ହରିଜନ(୪୦) ଏବଂ ସରାଦୁ ଭତରା(୩୫)। ସୂଚନା ଅନୁଯାୟୀ, ନବରଙ୍ଗପୁରରୁ ଏକ ମିନି ଟ୍ରକ୍‌(ଓଡି୧୦ ଏମ୍‌ ୭୧୦୮) ମଧ୍ୟାହ୍ନଭୋଜନ ଚାଉଳ ନେଇ କୋଷାଗୁମୁଡ଼ା ବ୍ଲକ୍‌କୁ ଯାଉଥିଲା। ଗାଡ଼ିରେ ୧୮୦ ବସ୍ତା ଚାଉଳ ବୋଝେଇ ହୋଇଥିବା ବେଳେ ଡଙ୍ଗାପଖନା ନିକଟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଟ୍ରକ୍‌ରେ ଥିବା ୨ ଶ୍ରମିକ ନବ ଏବଂ ସରାଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ କୋଡ଼ିଙ୍ଗା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share