ହାଇଦ୍ରାବାଦ୍,୧୫।୨: ଆନ୍ଧ୍ରପ୍ରଦେଶରେ ଗତ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗରମ ସାମ୍ବର ରଖାଯାଇଥିବା ପାତ୍ରରେ ପଡ଼ି ପ୍ରାଣ ହରାଇଛନ୍ତି ଦୁଇ ବର୍ଷୀୟା ଝିଅ। ଏଭଳି ଘଟଣା ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲାର କାଲାଗାରା ଗାଁରେ ଘଟିଛି। ଶିଶୁକନ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ପୋଲିସ କହିବା ଅନୁଯାୟୀ, ଶିବା ଓ ଭାନୁମତଙ୍କ ଝିଅ ତେଜସ୍ବୀ ତାଙ୍କ ଜନ୍ମଦିନ ପାଇଁ ଘର ବାହାରେ ଖେଳୁଥିଲେ। ସେବେବେଳେ ତାଙ୍କ ବାପା ମା’ ଅତିଥିଙ୍କୁ ଖାଦ୍ୟ ଦେବାକୁ ଯାଇଥିଲେ। ତେଜସ୍ବୀ କିଚେନ ଯାଇ ଏକ ଚେୟାର ଉପରେ ଚଢ଼ିଥିଲେ। କିନ୍ତୁ ଗରମ ସାମ୍ବର ରଖାଯାଇଥିବା ପାତ୍ରରେ ପଡ଼ିଯାଇଥିଲେ। ଶିଶୁକନ୍ୟାର ଚିତ୍କାର ଶୁଣିବା ପରେ ବାପା ମା’ ସ୍ଥାନୀୟ ହସ୍ପିଟାଲ ନେଇଥିଲେ।
ପୋଲିସ ଏବେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।