କବୀର ସିଂର ଦୁଇ ବର୍ଷ ପରେ ସାହିଦ୍‌ ଶେୟାର କଲେ ଏମିତି ଭିଡିଓ, ପ୍ରଶଂସକ କହିଲେ…

ବଲିଉଡ୍‌ ଅଭିନେତା ସାହିଦ କପୁର ଏଯାବତ୍‌ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ  ‘କବୀର ସିଂ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା। ତାଙ୍କର ଲୁକ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ଏହି ଫିଲ୍ମରୁ ଅଭିନେତ୍ରୀ କିଆରା ଆଡଭାନୀ ମଧ୍ୟ ଅତୁଳନୀୟ ସଫଳତା ପାଇଥିଲେ। ଏହି ଫିଲ୍ମଟି ୨୧ ଜୁନ ୨୦୧୯ ରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ଏହାକୁ ଦୁଇ ବର୍ଷ ପୂରିଛି। ବର୍ତ୍ତମାନ ସାହିଦ ଏକ ଭିଡିଓ ଶେୟାର କରିଛନ୍ତି, ତାହାକୁ ଦେଖିଲେ ଏପରି ଲାଗୁଛି ସାହିଦ ଫିଲ୍ମକୁ ଭିନ୍ନ ଢ଼ଙ୍ଗରେ ମନେ ରଖିଛନ୍ତି। ଏହି ଭିଡିଓରେ ସାହିଦଙ୍କୁ ଟିକିଏ ଭିନ୍ନ ରୂପରେ ଦେଖିବାକୁ ମିଳୁଛି କିନ୍ତୁ ତାଙ୍କ କେଶ ବଢ଼ିବା ପରି ମନେ ହେଉଛି । ଏହି ଭିଡିଓ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ‘ୱୋ ୱୋ ୱାଲା ମୋଡ’।

ସାହିଦଙ୍କ ଭିଡିଓରେ ପ୍ରଶଂସକମାନେ ଜବରଦସ୍ତ ମନ୍ତବ୍ୟ ଦେଉଛନ୍ତି। କୁନାଲ ଖେମୁ ମଧ୍ୟ ଏହା ଉପରେ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। କୁନାଲ ଲେଖିଛନ୍ତି, ‘ଅଧା ଲୁକ୍‌ରେ ମାରି ଦେଉଛ, ବାକି ଅଧା ଲୁକ୍‌ରେ ବାଇକ୍‌ ଚଢ଼େଇଦିଅ। ଏହା ବ୍ୟତୀତ ଅଧିକ ପ୍ରଶଂସକ ତାଙ୍କ ଏହି ଭିଡିଓ ଉପରେ କମେଣ୍ଟ ଦେଉଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ ସାହିଦ ଜଣେ ଡାକ୍ତର ଭୂମିକାରେ ଅଭିନୟ କରିଥିଲେ ଯିଏ ନିରୀହ ପ୍ରୀତିଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ଦର୍ଶକମାନେ ତାଙ୍କ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମଟିି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ରିମେକ ଥିଲା।

Share