Categories: ଜାତୀୟ

୨ ବର୍ଷ ପରେ ଅନ୍ତର୍ଜାତୀୟ ଉଡ଼ାଣ ଉପରୁ କଟକଣା ହଟିଲା, ମାର୍ଚ୍ଚ ୨୭ରୁ ପୁଣି ଆରମ୍ଭ…

ନୂଆଦିଲ୍ଲୀ,୮।୩ : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଥିଲା। ତେବେ ୨୦୨୨ ମାର୍ଚ୍ଚ ୨୭ରେ ପୁଣି ଏହି ସେବା ଆରମ୍ଭ ହେବ। ଏନେଇ ମଙ୍ଗଳବାର କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହାଦ୍ୱାରା ଭାରତକୁ ବାହାର ଦେଶରୁ ଏବଂ ଭାରତରୁ ବିଦେଶକୁ ବାଣିଜି୍ୟକ ବିମାନ ଉଡ଼ାଣ କରିବ। ତେବେ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟା, କରୋନା ମହାମାରୀ ଯୋଗୁ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ୨୦୨୦ ମାର୍ଚ୍ଚ ୨୩ରେ କଟକଣା ଜାରି ହୋଇଥିଲା। ତେବେ ୨୦୨୦ ଜୁଲାଇଠାରୁ ଏୟାର ବବଲ ଯୋଜନା ଅନ୍ତର୍ଗତ ଭାରତ ସହିତ ପ୍ରାୟ ୪୦ ଟି ଦେଶ ମଧ୍ୟରେ ଅନ୍ତର୍ଜାତୀୟ ଉଡ଼ାଣ ହେଉଥିଲା।

Share