ବେଳାଭୂମି ସଫେଇରେ ସମର୍ପିତ ଦୁଇ ଯୁବକ

ଭୁବନେଶ୍ୱର, ୧୬ା୯(ଅସମାପିକା ସାହୁ): ପ୍ରତିବର୍ଷ ସେପ୍ଟେମ୍ବର ତୃତୀୟ ଶନିବାରକୁ ଅନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ବେଳାଭୂମି ସହ ସମୁଦ୍ରକୁ ପ୍ରଦୂଷଣରୁ ସୁରକ୍ଷା ଦେବା ପାଇଁ ଲୋକଙ୍କ ମଧ୍ୟରେ ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ବହୁ ସାମାଜିକ ସଂସ୍ଥା ଓ ଅନୁଷ୍ଠାନ ଆମ ରାଜ୍ୟର ଉପକୂଳକୁ ସଫା କରିଥାନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ଦୁଇଜଣ ଯୁବକ ଉପକୂଳ ଅଞ୍ଚଳରେ ସ୍ବଚ୍ଛତା ପାଇଁ ନିଜକୁ ସମର୍ପିତ କରିଛନ୍ତି। ପରିବେଶ ସହ ସମୁଦ୍ରକୁ ସୁରକ୍ଷା ଦେବାରେ ଅଣ୍ଟା ଭିଡ଼ିଥିବା ଏହି ଦୁଇ ଯୁବକ ସେମାନଙ୍କ କାର୍ଯ୍ୟ ପାଇଁ ଏବେ ଜାତୀୟ ସ୍ତରରେ ପ୍ରଶଂସା ସାଉଣ୍ଟିଛନ୍ତି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଓରତ ଗ୍ରାମର ବାପି ଗୋଚ୍ଛାୟତ। ୨୭ବର୍ଷୀୟ ବାପି ଜୀବିକା ନିର୍ବାହ ପାଇଁ ପାରାଦୀପର ଏକ ଶିକ୍ଷାନୁଷ୍ଠାନରେ କାମ କରୁଛନ୍ତି। ହେଲେ ସମୟ ମିଳିଲେ ସେ ବେଳାଭୂମି ଓ ଆଖପାଖ ଅଞ୍ଚଳକୁ ସଫେଇ କରନ୍ତି। ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ଲକ୍ଷ୍ୟ ନେଇ ୨ବର୍ଷ ହେବ ସେ ଏଭଳି କାର୍ଯ୍ୟ କରୁଛନ୍ତି। ପାରାଦୀପ ଉପକୂଳରୁ ସେ ଏ ପର୍ଯ୍ୟନ୍ତ ୩ ଟନ୍‌ରୁ ଉର୍ଦ୍ଧ୍ୱ ଏକକ ବ୍ୟବହୃତ ପ୍ଲାଷ୍ଟିକ ସଂଗ୍ରହ କରି ପାରାଦୀପ ପୌରପାଳିକାକୁ ହସ୍ତାନ୍ତର କରିଛନ୍ତି। ନିଜେ ସଫା କରିବା ସହିତ ଉପକୂଳକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ଏଥିପାଇଁ ସେ ସଚେତନ କରାଇଥାନ୍ତି। ବେଳାଭୂମି ସହିତ ମହାନଦୀ କୂଳ ମଧ୍ୟ ସଫେଇ କରନ୍ତି ବାପି। ଏ ସମ୍ପର୍କରେ ସେ କୁହନ୍ତି, ପରିବେଶକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା। ସମୁଦ୍ର କୂଳକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ଏବଂ ପ୍ଳାଷ୍ଟିକ ସମେତ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପକାଇଥାନ୍ତି। ପ୍ଲାଷ୍ଟିକ ସାମୁଦ୍ରିକ ପରିସଂସ୍ଥାକୁ ଏହା ନଷ୍ଟ କରିଥାଏ। ସାମୁଦ୍ରିକ ଜୀବ ଏଥିରେ ପ୍ରଭାବିତ ହୁଅନ୍ତି। ଏମାନଙ୍କ ସୁରକ୍ଷା ଆମ ହାତରେ ରହିଛି। ତେଣୁ ଆମେ ସମସ୍ତେ ମିଳିମିଶି ଉପକୂଳକୁ ସଫା କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ବାପି କୁହନ୍ତି।
ବାପି ଭଳି ଆଉ ଜଣେ ଯୁବକ ହେଉଛି ଖୋର୍ଦ୍ଧା ବାଲିପାଟଣାର ରାହୁଲ ମହାରଣା। ଯୁକ୍ତ୨ ପଢ଼ିବା ସମୟରୁ ସେ ଉପକୂଳ ସଫେଇ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ପରିବେଶ ସୁରକ୍ଷା ପ୍ରତି ନିଜକୁ ସମର୍ପି ଦେଇଥିବା ରାହୁଲ ୨୦୧୮ରୁ ଏହି କାର୍ଯ୍ୟ କରି ଆନନ୍ଦ ପାଉଛନ୍ତି। ଉପକୂଳ ସଫା କରିବା ସହିତ ସେ ଏବେ ହେନ୍ତାଳ ବଣର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ଗତ କିଛିମାସ ହେବ ସେ ଅସୁସ୍ଥତା ଯୋଗୁ ଏହି କାମ କରିପାରୁ ନ ଥିବାବେଳେ ଆଗକୁ ପୁଣି ଏଥିରେ ନିୟୋଜିତ ହେବେ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri