ହାତଗୋଡ଼ ବନ୍ଧା ଅବସ୍ଥାରେ ୨ଯୁବକ ଉଦ୍ଧାର

ସାରସକଣା,୨୨।୪: ମୟୂରଭଞ୍ଜ ଜିଲା ଝାରପୋଖରିଆରୁ ବହରାଗୋଡା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର କାଳିମନ୍ଦିର ନିକଟରୁ ଗୁରୁବାର ୨ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଝାରପୋଖରିଆ ପୋଲିସ ଉଦ୍ଧାର କରିଛି। ସେମାନଙ୍କ ହାତଗୋଡ ଏକ ରଶି ଦ୍ୱାରା ବନ୍ଧାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ଦୁଇ ଯୁବକଙ୍କୁ ଅନ୍ୟ କେଉଁଠାରୁ ଅଣାଯାଇ ରାସ୍ତାକଡରେ ଫିଙ୍ଗି ଦିଆଯାଇଥିବା ପୋଲିସ ଅନୁମାନ କରିଛି।
ସବ୍‌ଇନ୍ସପେକ୍ଟର ପଞ୍ଚାନନ ମହାନ୍ତି ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ସବ୍‌ଇନ୍ସପେକ୍ଟର ସୂଚନା ଦେଇଛନ୍ତି।

Share