ଦୁଆରେବନ୍ଧରେ ଆମ୍ବପତ୍ର ଲଗାଇଲେ ….

ହିନ୍ଦୁଧର୍ମ ଅନୁଯାୟୀ, ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ର ଲଗାଯାଏ। ଏହି ପରମ୍ପରା ବହୁତ ପୁରୁଣା। ଯେବେ ବି ଘରେ କୌଣସି ଶୁଭ କାର୍ଯ୍ୟ ଯେପରି ବିବାହ, ବ୍ରତଘର ଆଦି ହୋଇଥାଏ ମୁଖ୍ୟଦ୍ୱାରରେ ଆମ୍ବପତ୍ର କିମ୍ବା ଫୁଲମାଳ ଲଗାଯାଇଥାଏ। ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଘରର କବାଟ ଆମର ସୁଖ, ଶାନ୍ତିର ଦ୍ୱାର ଖୋଲିଥାଏ। ତେବେ କେଉଁ ପ୍ରକାରର ପତ୍ର ଏବଂ କିପରି ଲଗାଇବା ସେ ସମ୍ପର୍କରେ ଜାଣିବା।
– ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ରର ମାଳ ଲଗାଇଲେ ବଂଶ ବୃଦ୍ଧି ହୋଇଥାଏ। ସବୁବେଳେ ଏହାକୁ ଲଗାଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
– ଅଶୋକ ପତ୍ରର ମାଳ ଲଗାଇବା ଦ୍ୱାରା ଆର୍ଥିକ ସମୃଦ୍ଧି ବୃଦ୍ଧି ପାଇଥାଏ।
– ହଳଦିଆ ସୂତାରେ ଏହି ମାଳ ଲଗାଇବା ଦ୍ୱାରା ଘରକୁ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ପ୍ରବେଶ କରି ନ ଥାଏ।
-ନଡ଼ିଆ କତାରେ ଆମ୍ବପତ୍ର ବାନ୍ଧି ଦ୍ୱାରରେ ଲଗାଇବା ଦ୍ୱାରା ସମସ୍ତ ପ୍ରକାରର ରୋଗ ଏବଂ କରଜ ଦୂର ହୋଇଥାଏ।
– ଯେଉଁ ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ରର ମାଳ ଲାଗିଥାଏ, ସେହି ଘରେ ଦେବତା ବାସ କରନ୍ତି। ଉକ୍ତ ଘରେ ଶୁଖ ଶାନ୍ତି ଭରି ରହିଥାଏ ବୋଲି କୁହାଯାଏ।