ପୂର୍ବ ଚାଇନାରେ ଘୂର୍ଣ୍ଣିବଳୟ ତାଣ୍ଡବ, ୫ ମୃତ, ୧୩୭ ଘର ଧ୍ୱଂସ…

ବେଜିଂ,୨୦।୯ : ପୂର୍ବ ଚାଇନାରେ ହୋଇଥିବା ଘୂର୍ଣ୍ଣିବଳୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ବୁଧବାର ସରକାରୀ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଘୂର୍ଣ୍ଣିବଳୟ ଜିଆଙ୍ଗସୁ ପ୍ରଦେଶର ସୁକିଆନ ସହରର କିଛି ଅଂଶରେ ପ୍ରାୟ ଅପରାହ୍ନ ୫ଟା ୨୦ ସମୟରେ ଘଟିଥିଲା।

ଏହି ଘୂର୍ଣ୍ଣିବଳୟ ଯୋଗୁଁ ୧୩୭ ଘର ନଷ୍ଟ ହୋଇଯାଇଛି। ଏହା ସହିତ ଘୂର୍ଣ୍ଣିବଳୟ ସମୟରେ ଫସଲ ଜମି ଏବଂ ଘୁଷୁରି ଚାଷ କ୍ଷତିଗ୍ରସ୍ତ ହୋଇଛି।
ପୂର୍ବ ଚାଇନାରେ ଆସିଥିବା ଘୂର୍ଣ୍ଣିବଳୟର ଏକ ଭିଡିଓ ଅନଲାଇନରେ ପୋଷ୍ଟ କରାଯାଇଛି। ଯେଉଁଥିରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଅନେକ କାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି।

ସରକାରୀ ପ୍ରସାରଣ ସଂସ୍ଥା ସିସିଟିଭି କହିଛି ଏହି ଅଞ୍ଚଳରେ ବିଦ୍ୟୁତ ଓ ସଡକ ସେବାର ପୁନରୁଦ୍ଧାର କରାଯାଉଛି।

ଚାଇନାରେ ଘୂର୍ଣ୍ଣିବଳୟ ବିରଳ। ଗତ ବର୍ଷ ଏହା ଯୋଗୁ ଜିୟାଙ୍ଗସୁ ପ୍ରଦେଶରେ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୦୨୧ରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।

Share