ଜାପାନରେ ଟାଇଫୁନ ଲାନ ତାଣ୍ଡବ: ୯୦୦ରୁ ଅଧିକ ଉଡ଼ାଣ ବାତିଲ…

ଟୋକିଓ,୧୫।୮ : ଶକ୍ତିଶାଳୀ ଟାଇଫୁନ ଲାନ ଜାପାନରେ ତାଣ୍ଡବ ରଚିଛି। ଟାଇଫୁନ ଯୋଗୁଁ ଜାପାନରେ ପ୍ରାୟ ୯୦୦ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ଏହା ବ୍ୟତୀତ ୨ ଲକ୍ଷ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାନୁସାରେ, ଶକ୍ତିଶାଳୀ ଟାଇଫୁନ ଲାନ ଜାପାନର ମୁଖ୍ୟ ଦ୍ୱୀପ ହନସୁକୁ ଛୁଇଁଛି, ଏହି କାରଣରୁ ହଜାର ହଜାର ଘରେ ବିଦ୍ୟୁତ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି।

ପ୍ରଶାନ୍ତ ମହାସାଗରରୁ ଆସିଥିବା ଟାଇଫୁନ ଲାନ ଟୋକିଓର ଦକ୍ଷିଣ-ପଶ୍ଚିମଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ୱାକାୟାମା ପ୍ରିଫେକ୍ଟରର ଦକ୍ଷିଣ ଭାଗରେ ମଙ୍ଗଳବାର ଲ୍ୟାଣ୍ଡଫଲ କରିଛି। ଫଳରେ କେନ୍ଦ୍ରୀୟ ଏବଂ ପଶ୍ଚିମ ଜାପାନର ଅନେକ ଅଞ୍ଚଳରେ ପବନର ବେଗ ବଢ଼ିqବା ସହିତ ପ୍ରବଳ ବର୍ଷା ହୋଇଛି।

ପ୍ରଶାନ୍ତ ମହାସାଗରରୁ ଜାପାନ ମୁହାଁ ହୋଇଥିବା ଟାଇଫୁନ ଲାନ ଟୋକିଓର ଦକ୍ଷିଣ-ପଶ୍ଚିମଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ୱାକାୟାମା ପ୍ରିଫେକ୍ଟରର ଦକ୍ଷିଣ ଭାଗରେ ମଙ୍ଗଳବାର ଲ୍ୟାଣ୍ଡଫଲ କରିଛି। ଫଳରେ କେନ୍ଦ୍ରୀୟ ଏବଂ ପଶ୍ଚିମ ଜାପାନର ଅନେକ ଅଞ୍ଚଳରେ ପବନର ବେଗ ବଢ଼ିqବା ସହିତ ପ୍ରବଳ ବର୍ଷା ହୋଇଛି।

ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଘୂର୍ଣ୍ଣିବଳୟ ଲାନ ଘଣ୍ଟା ପ୍ରତି ୧୨୬ କିଲୋମିଟର ବେଗରେ ପ୍ରବଳ ପବନ ସୃଷ୍ଟି କରୁଛି। ଏଥି ସହ କର୍ତ୍ତୃପକ୍ଷ ବନ୍ୟା ଓ ଭୂସ୍ଖଳନ ସତର୍କ ସୂଚନା ଜାରି କରିଛନ୍ତି। ଲାନ ଯୋଗୁ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ ।

ଅଧିକାରୀ କହିଛନ୍ତି ଝଡ ଯୋଗୁଁ ଜାପାନର ଅନେକ ସହରରେ ବର୍ଷା ହେଉଛି। ତେବେ ପବନର ଗତି ମନ୍ଥର ହୋଇଯାଇଛି। ବୁଧବାର ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି। ଆହୁରି ମଧ୍ୟ ଅନେକ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି।

କେନ୍ଦ୍ରୀୟ ଜାପାନର କିଛି ଅଂଶ ୨୪ ଘଣ୍ଟା ମଧ୍ୟରେ ୫୮୫ ମିଲିମିଟର ବର୍ଷା ରେକର୍ଡ କରିଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ପ୍ରବଳ ବର୍ଷାରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଅଧିକାରୀ କହିଛନ୍ତି ସେମାନେ ୧୧ ଟି ପ୍ରଦେଶର ବାସିନ୍ଦାଙ୍କ ପାଇଁ ଥଇଥାନ କେନ୍ଦ୍ର ସ୍ଥାପନ କରିଛନ୍ତି।

Share