ଜାପାନରେ ସ୍ଥଳଭାଗ ଛୁଇଁଲା ବାତ୍ୟା: ୧୮୦ କିଲୋମିଟର ବେଗରେ ବହିଲା ପବନ

ଫୁକୁଓକା,୩୦ା୮: ଜାପାନରେ ଶାନ୍‌ଶାନ୍‌ ବାତ୍ୟା ପ୍ରଭାବରେ ଗୁରୁବାର ରାତିରୁ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଫଳରେ କେତେକ ସ୍ଥାନରେ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହେବା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ପରିବହନ ଓ ଯାତାୟାତ ସେବା ପ୍ରଭାବିତ ହୋଇଥିବାବେଳେ ଦୋକାନବଜାର ବନ୍ଦ ରହିଛି। ବାତ୍ୟାଜନିତ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୯୯ ଜଣ ଆହତ ହୋଇଛନ୍ତି।

ଗୁରୁବାର କ୍ୟୁଶୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁଥିବା ଯୋଗୁ ସାରା ରାତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଥିଲା। ଫଳରେ ବହୁ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ବହୁ କ୍ଷୟକ୍ଷତି ହୋଇଥିବା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି।

Share