Categories: ଜାତୀୟ

ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଟାଇଟଲରଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୫ା୮: ୧୯୮୪ର ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ ଦିଲ୍ଲୀର ରାଉସ୍‌ ଆଭିନ୍ୟୁ କୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇର ଚାର୍ଜଶିଟ୍‌ ଆଧାରରେ ତାଙ୍କୁ ଶନିବାର କୋର୍ଟରେ ହାଜର ହେବା ଲାଗି ପୂର୍ବରୁ ସମନ ଜାରି କରାଯାଇଥିଲା। ଅନ୍ତରୀଣ ଜାମିନ ମିଳିଥିବାରୁ ଟାଇଟଲରଙ୍କୁ ଗିରଫ କରାଯାଇପାରିବ ନାହିଁ। ମେ’ ୨୦ରେ ସିବିଆଇ ଦାଖଲ କରିଥିବା ଚାର୍ଜଶିଟ ଅନୁଯାୟୀ ୧୯୮୪ ନଭେମ୍ବର ୧ରେ ପୁଲ୍‌ ବଙ୍ଗେଶ ଗୁରୁଦ୍ୱାର, ଆଜାଦ ମାର୍କେଟରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଟାଇଟଲର ଉତ୍ତେଜିତ କରିଥିଲେ, ଯାହା ଫଳରେ ସେମାନେ ଗୁରୁଦ୍ୱାର ଜାଳିଦେବାରୁ ୩ ଜଣ ଶିଖ୍‌ଙ୍କର ମୃତ୍ୟୁ ଘଟିଥିଲା।

Share