Categories: ଖେଳ

ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲ: ଭାରତକୁ ୬୯ ରନ୍‌ର ଟାର୍ଗେଟ ଦେଲା ଇଂଲଣ୍ଡ

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧: ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଭାରତ ସମ୍ମୁଖରେ ୬୯ ରନର ବିଜୟ ଲକ୍ଷ୍ୟ ରଖିଛି। ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ମହିଳା ଅଣ୍ଡର-୧୯ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୬୮ ରନ୍‌ରେ ଅଲଆଉଟ ହୋଇଛି। ପାରସ୍ବି ଚୋପ୍ରା, ଅର୍ଚ୍ଚନା ଦାସ ଏବଂ ଟିଟସ ସାଧୁ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଟସ ଜିତିବା ପରେ ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଶେଫାଳି ବର୍ମାଙ୍କ ଅଧିନାୟିତ୍ୱରେ ଭାରତୀୟ ଦଳ ପ୍ରଥମ ଅଣ୍ଡର-୧୯ ମହିଳା ବିଶ୍ୱକପ ଜିତିବାର ସୁଯୋଗ ଅଛି। ଏହି ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚ ହାରିଥିବାବେଳେ ଇଂଲଣ୍ଡ ଦଳ ଏପର୍ଯ୍ୟନ୍ତ ଅପରାଜିତ ରହିଛି।

Share