Categories: ଖେଳ

ବିଜୟ ସହିତ ୧୯ ବର୍ଷରୁ କମ୍ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୦।୧: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ବିଜୟ ସହିତ ଭାରତ ଏହାର ଅଭିଯାନ ଆରମ୍ଭ କରିଛି। ଟସ୍ ଜିତି ଭାରତ ବାଂଲାଦେଶ ଟିମ୍ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିବା ଭାରତ ଅଧିନାୟକ ଉଦୟ ଶରଣ ଏବଂ ଆଦର୍ଶ ସିଂହଙ୍କ ଭାଗିଦାରୀ ବଳରେ ୫୦ ଓଭରରେ ୭ ଉଇକେଟ ହରାଇ ବାଙ୍ଗଲାଦେଶ ଆଗରେ ୨୫୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା

୨୫୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଟିମ୍ ୧୬୭ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପାଇଁ ସଫଳ ବୋଲର ଭାବେ ସୌମ୍ୟ ପାଣ୍ଡେ ୯.୫ ଓଭରରେ ୨୪ ରନ୍ ବ୍ୟୟ କରି ୪ଟି ଉଇକେଟ ହାସଲ କରିଥିଲେ। ଏହା ବ୍ୟତୀତ ମୂଶୀର ଖାନ ୨ଟି, ରାଜ ଲିମ୍ବାନୀ, ଆର୍ଶୀନ କୁଲକର୍ନି ଏବଂ ପ୍ରିୟାଂଶୁ ଗୋଟିଏ ଲେଖାଏ ଉଇକେଟଟି ନେଇଥିଲେ।

Share