Categories: ଜାତୀୟ

କରୋନା ସ୍ଥିତିକୁ ଦେଖି ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି ୭୪ ବର୍ଷୀୟ ଆମେରିକା ନାଗରିକ

କୋଚି,୧୧।୭: ଆମେରିକାର ୭୪ ବର୍ଷୀୟ ନାଗରିକ ଜନି ପିରସି ଗତ ୫ ମାସ ହେବ କେରଳରେ ରହି ଆସୁଛନ୍ତି। ଏବେ ସେ ତାଙ୍କ ଟୁରିଷ୍ଟ ଭିଜାକୁ ବିଜନେସ୍‌ ଭିଜାରେ ପରିବର୍ତ୍ତନ କରିବାକୁ କେରଳ ହାଇକୋର୍ଟରେ ଆବେଦନ କରିଛନ୍ତି। ଏବେ ଭାରତରେ କୋଭିଡ-୧୯ର ସ୍ଥିତି ଖରାପ ରହିଥିବା ବେଳେ ସେଠାକାର ସରକାର ଭାରତ ସରକାରଙ୍କ ଭଳି ଲୋକଙ୍କର ଯତ୍ନ ନେଉ ନାହାନ୍ତି। ତେଣୁ ଏବେ ସେ ଭାରତ ଛାଡି ଯିବାକୁ ଚାହାଁ ନ ଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏବେ ଆମେରିକାର କରୋନା ସ୍ଥିତି ଗମ୍ଭୀର ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ସର୍ବାଧିକ ୭୦ ହଜାର ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Share