ଓ୍ବାଶିଂଟନ,୧୧।୧୧: ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ବିରୋଧରେ ଆମେରିକା ଗୁରୁତର ଅଭିଯୋଗ ଆଣିଛି। ଆମେରିକା କହିଛି ଯେ, କରୋନ ଭୂତାଣୁର ଉତ୍ପତ୍ତି ତଥା ଏସମ୍ପର୍କିତ ତଥ୍ୟ ପ୍ରସାର କରିବାରେ ଡବ୍ଲ୍ୟୁଏଚ୍ଓ ବିଫଳ ରହିଛି। ଚାଇନା ପାଖରେ ଏସମ୍ପର୍କିତ ତଥ୍ୟ ମହଜୁଦ୍ ଥିଲେ ମଧ୍ୟ ଜାଣିଶୁଣି ଏହାକୁ ଅନ୍ୟ କାହାକୁ ପ୍ରଦାନ କରାଯାଇ ନାହିଁ। ଏହାଦ୍ୱାରା ପୃଥିବୀରେ କରୋନା ଆତଙ୍କ ଜାରି ରହିଛି ବୋଲି ଆମେରିକା ଅଭିଯୋଗ କରିଛି। ଆମେରିକାର ସ୍ବାସ୍ଥ୍ୟ ଏବଂ ମାନବ ସେବା ବିଭାଗର ଅଧିକାରୀ ଗେରେଟ୍ ଗ୍ରେସ୍ବି କହିଛନ୍ତି ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଚାଇନା ମିଶନ ପାଇଁ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ଅନ୍ୟ କାହାକୁ ପ୍ରସାର କରାଯାଇ ନାହିଁ। ଭିଡ଼ିଓ କନଫରେନ୍ସିଂ ଦ୍ୱାରା ହୋଇଥିବା ଏକ ବୈଠକରେ ଯୋଗଦେଇ ସେ ଏଭଳି କହିଛନ୍ତି।