ନୂଆଦିଲ୍ଲୀ,୨୬।୬: ଇଣ୍ଟରନ୍ୟାଶନାଲ ମନିଟାରି ଫଣ୍ଡ୍ (ଆଇଏମ୍ଏଫ୍) ପକ୍ଷରୁ ଆମେରିକାର ଆର୍ଥିକ ଅଭିବୃଦ୍ଧି ଆକଳନ ହ୍ରାସ କରିଦିଆଯାଇଛି। ଫେଡେରାଲ୍ ରିଜର୍ଭର ସୁଧ ହାର ବୃଦ୍ଧି କାରଣରୁ ଏଭଳି ଘଟିଛି। ଆମେରିକାର ଆର୍ଥିକ ନୀତିିର ବାର୍ଷିକ ମୂଲ୍ୟାଙ୍କନରେ ଆଇଏମ୍ଏଫ୍ କହିଛି, ଆମେରିକାର ସମଗ୍ର ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ମାତ୍ର ୨.୯% ବୃଦ୍ଧି ହେବ। ଏହା ପୂର୍ବରୁ ଆଇଏମ୍ଏଫ୍ ପକ୍ଷରୁ ଗତ ଏପ୍ରିଲରେ ଆମେରିକାର ଡିଡିପି ଅଭିବୃଦ୍ଧି ଆକଳନ ୩.୭% ରହିବ ବୋଲି କୁହାଯାଇଥିଲା। ସେହିପରି ୨୦୨୩ ବର୍ଷ ପାଇଁ ଆମେରିକାର ଅଭିବୃଦ୍ଧି ଅନୁମାନକୁ ୨.୩%ରୁ ହ୍ରାସକରି ୧.୭% କରିଦେଇଛି ଆଇଏମ୍ଏଫ୍।