ତାଲିବାନ୍‌କୁ ଆମେରିକାର ନାଲି ଆଖି, ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼…

କାବୁଲ୍‌,୩୦।୬: ଆଫଗାନିସ୍ତାନରେ ମୁତୟନ ଥିବା ଆମେରିକାର ଶୀର୍ଷ କମାଣ୍ଡର ଅଷ୍ଟିନ୍‌ ସ୍କଟ୍‌ ମିଲର ତାଲିବାନ୍‌ ଆତଙ୍କବାଦୀ ସଂଗଠନକୁ ନାଲି ଆଖି ଦେଖାଇଛନ୍ତି। ଦେଶରେ ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼ କରାଯିବ ବୋଲି ଧମକ ଦିଆଯାଇଛି। ବିଭିନ୍ନ ଅଞ୍ଚଳକୁ ତାଲିବାନ୍‌ ନିଜ ନିୟନ୍ତ୍ରଣରେ ରଖିଥିବାରୁ ଶୀର୍ଷ କମାଣ୍ଡର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେରିକା ସୈନ୍ୟ ବାହିନୀ ଫେରୁଥିବାରୁ ତାଲିବାନ୍‌ ସଂଗଠନର ବିଭିନ୍ନ କାର୍ଯ୍ୟ କଳାପ ଯୋଗୁ ଦେଶର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଥିବା ମିଲର କହିଛନ୍ତି। ଆଫଗାନିସ୍ତାନର ୪୦୦ ଜିଲାରୁ ୧୦୦ ଜିଲା ଏବେ ତାଲିବାନ ନିୟନ୍ତ୍ରଣରେ ରହିଛି। ତାଲିବାନ୍‌ ଏଭଳି କାର୍ଯ୍ୟ ବନ୍ଦ ନ କଲେ ଆମେରିକା ବାୟୁସେନା ପକ୍ଷରୁ କଡ଼ା ଜବାବ ଦିଆଯିବ ବୋଲି ମିଲର ଧମକ ଦେଇଛନ୍ତି।

Share