ଦୁବାଇ,୪ା୧୨: ୟେମେନ୍ର ହୌଥି ବିଦ୍ରୋହୀମାନେ ଲୋହିତ ସାଗରରେ ୩ଟି ବାଣିଜି୍ୟକ ଜାହାଜକୁ ମିଶାଇଲ୍ ମାଡ଼ କରିଛନ୍ତି। ଫଳରେ ଆମେରିକା ଯୁଦ୍ଧଜାହାଜ ଆତ୍ମରକ୍ଷା ପାଇଁ ୩ଟି ଡ୍ରୋନ୍କୁ ଗୁଳିକରି ଖସାଇଦେଇଛି। ଦୀର୍ଘ ସମୟ ଧରି ଏହି ଗୁଳିବିନିମୟ ହୋଇଥିଲା। ଅନ୍ୟପକ୍ଷେ ଆକ୍ରମଣ ପାଇଁ ଇରାନ ସମର୍ଥତ୍ତ ହୌଥି ଗୋଷ୍ଠୀ ନିଜକୁ ଦାୟୀ କରିଛନ୍ତି।
ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲାଗି ରହିଥିବା ବେଳେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ସାମୁଦ୍ରିକ ଆକ୍ରମଣ ବଢ଼ିଚାଲିଛି। ଏହି ଯୁଦ୍ଧ ବେଳେ ପ୍ରଥମ ଥର ପାଇଁ ବହୁ ସଂଖ୍ୟାରେ ଜାହାଜ ହୌଥି ଆକ୍ରମଣ ସମ୍ମୁଖୀନ ହୋଇଛନ୍ତି। ଏହାର ଠିକଣା ଜବାବ ଦେବାକୁ ବିଚାର କରାଯାଉଥିବା ଆମେରିକା କହିଛି।