Categories: ଜାତୀୟ

ଲାକ୍ଷାଦ୍ୱୀପ ନିକଟରେ ଆମେରିକା ନୌସେନାର ଅଭିଯାନ

ନୂଆଦିଲ୍ଲୀ, ୧୦।୪: ନୂଆଦିଲ୍ଲୀର ଅନୁମତି ନ ନେଇ ଲାକ୍ଷାଦ୍ୱୀପ ନିକଟରେ ଥିବା ଭାରତୀୟ ଅନନ୍ୟ ଅର୍ଥନୈତିକ କ୍ଷେତ୍ର (ଇଇଜେଡ୍‌)ରେ ଆମେରିକା ନୌସେନା ‘ଫ୍ରିଡମ୍‌ ଅଫ୍‌ ନାଭିଗେଶନ ପାଟ୍ରୋଲ’ ଅଭିଯାନ ଚଳାଇବା ପାଇଁ ଘୋଷଣା କରିଛି। ଏହାକୁ ନେଇ ଭାରତ ଚିନ୍ତା ବ୍ୟକ୍ତ କରିବା ସହ ଆମେରିକାକୁ ନିଜର ଅସନ୍ତୋଷ ଜଣାଇଛି। ଚାଇନା ପଡୋଶୀ ଦେଶଗୁଡ଼ିକର ଅଞ୍ଚଳ ଉପରେ ନିଜର ଆଧିପତ୍ୟ ଜାହିର କରୁଥିବାରୁ ଦକ୍ଷିଣ ଚାଇନା ସାଗରରେ ଆମେରିକା ନୌସେନା ନିୟମିତ ଭାବେ ଏଭଳି ପାଟ୍ରୋଲ କରିଥାଏ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ଆଧିପତ୍ୟ ବଢ଼ୁଥିବାବେଳେ ଏହାର ମୁକାବିଲା ପାଇଁ ଭାରତର ସହଯୋଗ ଲୋଡ଼ୁଥିବା ଆମେରିକା ଅଚାନକ ଏହାର ଇଇଜେଡ୍‌ରେ ପାଟ୍ରୋଲିଂ ପାଇଁ ଘୋଷଣା କରିବା ନୂଆଦିଲ୍ଲୀକୁ ଆଶ୍ଚର୍ଯ୍ୟ କରିଛି। ଏଥିସହିତ କୂଟନୈତିକ ଚ୍ୟାନେଲ ଜରିଆରେ ପ୍ରତିବାଦ ଜଣାଇଛି ଭାରତ।

Share