କରୋନା ମହାମାରୀ ଯୋଗୁ ଆମେରିକାରେ କମିଛି ଜନସଂଖ୍ୟା ବୃଦ୍ଧି

ୱାଶିଂଟନ,୨୨ ।୧୨: ପୂର୍ବରୁ ଜନସଂଖ୍ୟା ବୃଦ୍ଧି ଅର୍ଥାତ୍ ଆମେରିକାରେ ଜନସଂଖ୍ୟା ବୃଦ୍ଧି ହାର କମ୍ ଥିବା ବେଳେ କରୋନା ମହାମାରୀ ପରେ ଏହା ଆହୁରି କମ୍ ହୋଇ ଯାଇଥିବା କୁହାଯାଉଛି । ଦେଶ ସ୍ଥାପନ ହେବା ପରଠାରୁ ଏହାସବୁଠାରୁ କମ୍ ଜନ୍ମହାର ବୋଲି ଜଣାପଡିଛି । ଆମେରିକା ଜନଗଣନା ବ୍ୟୁରୋ ଦ୍ୱାରା ମଙ୍ଗଳବାର ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୨୦ ଜୁଲାଇରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଆମେରିକା ଜନସଂଖ୍ୟାରେ କେବଳ ୩,୯୨,୬୬୫ ଅତିରିକ୍ତ ବୃଦ୍ଧିହୋଇଛି । ଏହା କେବଳ ୦.୧ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ପ୍ରକାଶ କରାଯାଇଛି । ୧୯୩୭ ପରେ ଦେଶରେ ପ୍ରଥମଥର ଲାଗି ଆମେରିକା ଜନସଂଖ୍ୟା୧୦ ଲକ୍ଷରୁ କମ୍ ବୃଦ୍ଧି ହୋଇଛି ।

Share