ତିବ୍ବତ ନୀତିକୁ ଆମେରିକାର ମଞ୍ଜୁରୀ

ଓ୍ବାଶିଂଟନ୍‌, ୨୯ା୧୨: ତିବ୍ବତର ପରବର୍ତ୍ତୀ ଦଲାଇଲାମା ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ ନ କରିବାକୁ ଚାଇନାର ବାରମ୍ବାର ଧମକ ସତ୍ତ୍ୱେ ଏହାକୁ ଅଣଦେଖା କରିଛି ଆମେରିକା। ତିବ୍ବତରେ ଧାର୍ମିକ ସ୍ବାଧୀନତାକୁ ସର୍ମଥନ କରି ସମ୍ପୂର୍ଣ୍ଣ ସ୍ବଚ୍ଛ ପ୍ରକିୟାରେ ୧୫ତମ ଦଲାଇଲାମା ଚୟନ ପାଇଁ ଆମେରିକା ନୂଆ ନୀତି ପ୍ରଣୟନ କରିଛି। ତିବ୍ବତାନ ପଲିସି ଆଣ୍ଡ ସପୋର୍ଟ ଆକ୍ଟ,୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବାକ୍ଷର କରି ଏହି ପ୍ରକ୍ରିୟା ଆଗକୁ ନେଇଛନ୍ତି। ଅନ୍ୟପକ୍ଷରେ ଚାଇନା ଆମେରିକାର ଏହି ନୀତିକୁ ପ୍ରତ୍ୟାଖ୍ୟାନ କରିଛି।
ସ୍ବାଧୀନ ଦେଶ ହେବାକୁ ଲଢ଼େଇ ଜାରି ରଖିଥିବା ତିବ୍ବତବାସୀଙ୍କୁ ନିଜ ଆୟତ୍ତରେ ରଖିବାକୁ ଚାଇନା ଉଦ୍ୟମ କରୁଥିବା ଆମେରିକା ଅଭିଯୋଗ କରିଆସୁଛି। ଏପରି ସ୍ଥିତିରେ ତିବ୍ବତ ଗୁରୁଙ୍କୁ ଚାଇନା ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବାରୁ ଆମେରିକା ଏଭଳି ନିୟମ ପ୍ରଣୟନ କରିଛି। ଏହା ଦ୍ୱାରା ତିବ୍ବତବାସୀ ସ୍ବାଧୀନ ଭାବେ ଦଲାଇଲାମା ବାଛିପାରିବେ। ଏହି ପଲିସିରେ ତିବ୍ବତ ପାଇଁ ବାର୍ଷିକ ୧ ମିଲିୟନ ଡଲାର ଅନୁମୋଦନ ମିଳିଛି। ଗତ ସପ୍ତାହରେ ଆମେରିକା କଂଗ୍ରେସରେ ବିଲ୍‌ ପାରିତ ହୋଇଥିଲା। ଚାଇନାର ଆଭ୍ୟନ୍ତରୀଣ ମାମଲାରେ ଆମେରିକା ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି ବେଜିଂ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ହେବ ଶଟ୍‌ଡାଉନ୍‌ ! ସରକାର ଅଫିସ୍‌ ହୋଇଯିବ ବନ୍ଦ…

ଓ୍ବାଶିଂଟନ୍‌, ୨୦।୧୨: ଆମେରିକା ବର୍ତ୍ତମାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ...

ଭାରତ ସହ ଶତ୍ରୁତା, ପାକିସ୍ତାନକୁ କୋଳଗ୍ରତ କରୁଛି ବାଂଲାଦେଶ

ଢାକା,୨୦।୧୨: ଗୋଟିଏ ପଟେ ବାଂଲାଦେଶ ଭାରତ ବିରୋଧରେ ପ୍ରତ୍ୟେକ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ପଟେ ପଡୋଶୀ ଦେଶ ପାକିସ୍ତାନ ସହ ସମ୍ପର୍କ ସୁଦୃଢ କରୁଛି।...

ସ୍ତ୍ରୀଙ୍କୁ ନିଶା ଦେଇ ୫୦ ଜଣଙ୍କ ଦ୍ୱାରା ବଳାତ୍କାର କଲେ ସ୍ବାମୀ

ପ୍ୟାରିସ୍‌,୨୦।୧୨:ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆଭିଗ୍ନନ ସହରରୁ ଆସିଥିବା ଏକ ବଳାତ୍କାର ମାମଲା ସାରା ବିଶ୍ୱକୁ ଚକିତ କରିଛି। ଏହି ମାମଲାରେ ୫୧ ଜଣ ଅଭିଯୁକ୍ତଙ୍କୁ ଆଭିଗ୍ନନର ଏକ...

‘ଅଶ୍ଳୀଳ ଭିଡିଓ ଅପେକ୍ଷା ଅଧିକ ଆକର୍ଷଣୀୟ କିଛି ଆବଶ୍ୟକ’: ବିକଳ୍ପ ପାଇଁ ଆହ୍ୱାନ ଦେଲେ ପୁଟିନ

ନୂଆଦିଲ୍ଲୀ,୧୯।୧୨: ରୁଷିଆଭି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ପର୍ଣ୍ଣ ସାଇଟଗୁଡିକର ବିକଳ୍ପ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଧ୍ୟାନ ଆକର୍ଷଣ କରିବା ପାଇଁ...

ୟେମେନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୧୯ା୧୨: ଇସ୍ରାଏଲ୍‌ର କେନ୍ଦ୍ରୀୟ ଅଞ୍ଚଳକୁ ଟାର୍ଗେଟ କରି ହୁଟି ବିଦ୍ରୋହୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଜେରୁଜେଲମ୍‌ ପକ୍ଷରୁ ଗୁରୁବାର ଏହି ସଂଗଠନ ନିୟନ୍ତ୍ରଣରେ ଥିତ୍ବା...

PM ମୋଦି ମୋର ବନ୍ଧୁ…ପୁଟିନ କହିଲେ ‘ତାଙ୍କ ସହ ଚା’ ପିଇବାକୁ…

ମସ୍କୋ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ମୋଦି ତାଙ୍କର ଜଣେ ଭଲ ବନ୍ଧୁ। ବିଶ୍ୱର ରାଜନୈତିକ ନେତାଙ୍କ...

ବାଂଲାଦେଶ ବିରୋଧରେ କଟକଣା ଲଗାଇବାକୁ ଆମେରିକା ଆଇନ ପ୍ରଣେତାଙ୍କ ଦାବି

ଓ୍ବାଶିଂଟନ,୧୯ା୧୨: ବାଂଲାଦେଶରେ ମାନବାଧିକାର ଉଲ୍ଲଂଘନ ସଙ୍କଟ ବଢ଼ୁଥିବାରୁ ଏହି ଦେଶ ବିରୋଧରେ ନିର୍ଦ୍ଦିଷ୍ଟ କଟକଣା ଲଗାଇବାକୁ ଆମେରିକା ଆଇନ ପ୍ରଣେତା ସଦସ୍ୟମାନେ ଦାବି କରିଛନ୍ତି। ଏହି...

ହୋଇଯାଆନ୍ତୁ ସତର୍କ: ଆମେରିକାରୁ ମାଡି ଆସୁଛି ବଡ଼ ରୋଗ, ବିଶେଷଜ୍ଞ ଦେଲେ ଚେତାବନୀ

ଓ୍ବାଶିଂଟନ୍‌, ୧୯।୧୨: ସମଗ୍ର ବିଶ୍ୱରେ ବାର୍ଡ ଫ୍ଲୁ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସ୍ପେନ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ପରବର୍ତ୍ତୀ ମହାମାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri