Categories: ଜାତୀୟ

ଗଲଓ୍ବାନ୍‌ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବେସିକ୍‌ ଏକ୍ସଚେଞ୍ଜ୍‌ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ୍‌ (ବିଇସିଏ) ସ୍ବାକ୍ଷରିତ ହୋଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଦୁଇଟି ଟୁ ପ୍ଲସ ଟୁ ଆଲୋଚନା ହୋଇଥିଲା। ଏଥିରେ ଦୁଇ ଦେଶର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀମାନେ ପରସ୍ପରକୁ ଭେଟିଥିଲେ। ବୈଠକ ପରେ ଉଭୟ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି। ଦୁଇ ଦେଶ ମଧ୍ୟରେ ବିଇସିଏ ଚୁକ୍ତିନାମା ସ୍ବାକ୍ଷରିତ ହେବା ସହିତ ଆଣବିକ ସହଯୋଗ ବିଷୟରେ ଆଲୋଚନା ମଧ୍ୟ ଆଗକୁ ବଢିଛି। ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟ ଚାଇନାକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ସକାଳେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ନାଶ୍‌ନାଲ୍‌ ଓ୍ବାର୍‌ ମେମୋରିଆଲ୍‌କୁ ଯାଇ ଲଓ୍ବାନ୍‌ ଘାଟିରେ ମୃତୁବରଣ କରିଥିବା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

 

Share